ନୂଆଦିଲ୍ଲୀ: ଭାରତର ଅନ୍ୟତମ ଭେଷଜ କମ୍ପାନି ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ୍‌-ଇ ଦ୍ବାରା ବିକଶିତ କୋଭିଡ୍‌ ଟିକା ୯୦ ପ୍ରତିଶତ ଫଳପ୍ରଦ ରହିବ ବୋଲି ଆଶା କରାଯାଉଛି ଏବଂ ଏହା ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇର ମୋଡ଼ ବଦଳାଇଦେବ ବୋଲି କେନ୍ଦ୍ର ସରକାରଙ୍କ କୋଭିଡ୍‌ ଵାର୍କିଂ ଗ୍ରୁପ୍‌ର ଅଧ୍ୟକ୍ଷ ଡା. ଏନ୍‌ କେ ଆରୋରା କହିଛନ୍ତି। ସମ୍ପ୍ରତି ଉକ୍ତ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଛି ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳରୁ ଟିକାର ଏପରି ସକାରାତ୍ମକ ଦିଗ ଜଣାପଡ଼ିଛି ବୋଲି ସେ କହିଛନ୍ତି।

ସେହିପରି ଆଗାମୀ ଅକ୍ଟୋବର ବେଳକୁ ଏହା ସାର୍ବଜନୀନ ବ୍ୟବହାର ପାଇଁ ଦେଶରେ ଉପଲବ୍‌ଧ ହୋଇପାରିବ ବୋଲି ଡା. ଆରୋରା ଆଶା ପ୍ରକଟ କରିଛନ୍ତି। ତାଙ୍କ କହିବାନୁସାରେ, ‘କୋର୍ବେଭାକ୍ସ’ ନାମକ ଉକ୍ତ ବାୟୋଲୋଜିକାଲ୍‌-ଇ ଟିକାର ପ୍ରସ୍ତୁତି ଓ ନିରାପଦତା ଠିକ୍‌ ନୋଭାଭାକ୍ସ କମ୍ପାନି ଦ୍ବାରା ବିକଶିତ କୋଭିଡ୍‌ ଟିକା(ଏନ୍‌ଭିଏକ୍ସ-କୋଭ୍‌-୨୩୭୩) ପରି ଯାହାକୁ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ‘ନୋଭାଭାକ୍ସ’ ନାମରେ ଏହାର ଭାରତୀୟ ସଂସ୍କରଣ ପ୍ରସ୍ତୁତ କରୁଛି। ଆଗାମୀ ସେପ୍ଟେମ୍ବର ବେଳକୁ ଭାରତରେ ଉପଲବ୍‌ଧ ହେବାକୁ ଥିବା ଏହି ‘ନୋଭାଭାକ୍ସ’ ଟିକା ୯୦ ପ୍ରତିଶତରୁ ଅଧିକ ଫଳପ୍ରଦତା ଓ ନିରାପଦତା ପ୍ରଦର୍ଶନ କରିଛି ବୋଲି ଆମେରିକୀୟ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି।

The post ଅକ୍ଟୋବରରେ ଆସିଯିବ ଦେଶଜ ‘କୋର୍ବେଭାକ୍ସ’ ଟିକା first appeared on Sambad.

from କରୋନା | Sambad https://ift.tt/3iKrkT0