
ନୂଆଦିଲ୍ଲୀ: ଲକ୍ଷଣହୀନ ଏବଂ ସାମାନ୍ୟ ସଂକ୍ରମିତ କରୋନା ରୋଗୀଙ୍କ ଉପଚାର ପାଇଁ ଆଉ ଆଇଭରମେକ୍ଟିନ୍ ଓ ଡକ୍ସିସାଇକ୍ଲିନ୍ ଔଷଧ ଲାଗିବନି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସଂଶୋଧିତ ନିର୍ଦ୍ଦେଶାବଳୀରେ ଲକ୍ଷଣହୀନ ଏବଂ ସାମାନ୍ୟ ସଂକ୍ରମିତମାନେ ପୂର୍ବରୁ ସେବନ କରୁଥିବା ଔଷଧ ତାଲିକାରେ କେବଳ ଜ୍ବର ବିରୋଧୀ(ଆଣ୍ଟିପାଇରେଟିକ୍) ଓ କାଶରୋଧକ ବଟିକା ବ୍ୟତୀତ ବାକି ସମସ୍ତ ପ୍ରକାର ଔଷଧକୁ ବାଦ୍ ଦିଆଯାଇଛି।
ଅପରପକ୍ଷେ, ଦେଶର ଶ୍ରେଷ୍ଠ ଭେଷଜ ଅନୁଷ୍ଠାନ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଏ ପ୍ରକାର ନୂତନ ପରାମର୍ଶାବଳୀକୁ ଅନୁମୋଦନ କରିନଥିବାରୁ ଏହାକୁ କେନ୍ଦ୍ର କରି ଭିନ୍ନ ମତ ଦେଖାଯାଇଛି। ଏଥିସହିତ ଡାକ୍ତରଖାନାରେ ଚିକିତ୍ସାଧୀନ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ରେମଡେସିଭିର ଭଳି ଭୂତାଣୁବିରୋଧୀ ଔଷଧର ଜରୁରୀକାଳୀନ ପ୍ରୟୋଗକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମେତ ଦେଶର ଭେଷଜ ମହା ନିୟନ୍ତ୍ରକ ଅନୁମୋଦନ କରିଥିବା ବେଳେ ଏହି ଇଞ୍ଜେକ୍ସନ୍କୁ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ପରାମର୍ଶାବଳୀରେ ବ୍ୟବହାର ଉପଯୋଗୀ ଔଷଧ ତାଲିକାରୁ ବାଦ୍ ଦିଆଯାଇଛି। ଲକ୍ଷଣବିହୀନ ମାମଲାଗୁଡ଼ିକରେ କୌଣସି ପ୍ରକାର ଔଷଧର ଆବଶ୍ୟକତା ନାହିଁ ବୋଲି ଏହି ସଂଶୋଧିତ ପରାମର୍ଶାବଳୀରେ କୁହାଯାଇଛି। ଅପରପକ୍ଷେ, ମଧ୍ୟମ ଧରଣର ଲକ୍ଷଣଯୁକ୍ତ କୋଭିଡ୍ ପୀଡ଼ିତମାନେ ନିଜର ଜ୍ବର(ତାପମାତ୍ରା), ଶ୍ବାସକ୍ରିୟାରେ କଷ୍ଟ ଏବଂ ଅମ୍ଳଜାନ ସାନ୍ଦ୍ରତା ଆଦି ମନକୁ ମନ ନିରୀକ୍ଷଣ କରିବାକୁ ଏଥିରେ କୁହାଯାଇଛି।
The post ଆଇଭରମେକ୍ଟିନ୍, ଡକ୍ସିସାଇକ୍ଲିନ୍ ବ୍ୟବହାର ନିୟମ ବଦଳିଲା first appeared on Sambad.from କରୋନା | Sambad https://ift.tt/3v4fLIG
0 Comments