
ନୂଆଦିଲ୍ଲୀ: ଗତ ୫ ତାରିଖ ସୁଦ୍ଧା ଦୈନିକ ହାରାହାରି ୨,୯୭୦ ମୃତକଙ୍କ ସହ ଭାରତ ପ୍ରତ୍ୟହ ବିଶ୍ବର ସର୍ବାଧିକ ମୃତ୍ୟୁକୁ ସାମନା କରୁଥିବାର ଅପଯଶ ମୁଣ୍ଡାଇଛି। ବିଶ୍ବରେ ପ୍ରତ୍ୟହ କୋଭିଡ୍ ମୃତକଙ୍କ ୨୮ ପ୍ରତିଶତ ଭାରତରେ ରହୁଥିବା ବେଳେ ତାହା ପଛକୁ ବ୍ରାଜିଲରେ ହାରାହାରି ଦୈନିକ ୧,୬୩୯ କୋଭିଡ୍ ମୃତ୍ୟୁ ଓ ମେକ୍ସିକୋରେ ଦୈନିକ ୭୫୮ ମୃତ୍ୟୁ ଘଟୁଥିବା ଜଣାଯାଇଛି। ତେବେ ଜୁନ୍ ୫ ସୁଦ୍ଧା ଭାରତରେ ସଂକ୍ରମଣ ପଜିଟିଭ ହାର( ମୋଟ ନମୁନା ପରୀକ୍ଷଣ ତୁଳନାରେ ପଜିଟିଭ୍ ବାହାରୁଥିବା ସଂଖ୍ୟା) ଯଥେଷ୍ଟ କମି ଆସିଛି। ଗତ ସପ୍ତାହରେ ତାହା ୯.୪ ପ୍ରତିଶତ ଥିଲା ବେଳେ ଜୁନ୍ ୫ ବେଳକୁ ତାହା ୪.୨କୁ କମି ଆସିଛି।
The post ଦେଶରେ କୋଭିଡ୍ ପଜିଟିଭିଟି ହାର ୫% ତଳକୁ ଖସିଲା first appeared on Sambad.from କରୋନା | Sambad https://ift.tt/3coqffJ
0 Comments