
ନୂଆଦିଲ୍ଲୀ: ଆମେରିକାର କୋଭିଡ୍ ଟିକା ନିର୍ମାତା ଫାଇଜରକୁ ଭାରତ ସରକାର ଆଇନଗତ ସୁରକ୍ଷା ଦେବା ପାଇଁ ଯୋଜନା କରୁଛନ୍ତି ଏବଂ ଖୁବ୍ଶୀଘ୍ର ଏ ବାବଦରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଜଣାପଡ଼ିଛି। ଫାଇଜର ଟିକାକୁ ନେଇ ଭାରତରେ କୌଣସି ସମସ୍ୟା ଉପୁଜିଲେ ଏବଂ କ୍ଷତି ଘଟିଲେ ମଧ୍ୟ ଏହାକୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ମିଳିବ ବୋଲି ଜଣାପଡ଼ିଛି। ଭାରତରେ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ବିଶ୍ବର ପ୍ରମୁଖ ଟିକା ନିର୍ମାତାମାନଙ୍କୁ ସୁଯୋଗ ଦେବା ନିମନ୍ତେ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ଟିକା ନିର୍ମାତାମାନଙ୍କୁ ମଧ୍ୟ କୌଣସି ବାଛବିଚାର ନରଖି ଆଇନଗତ ସୁରକ୍ଷା ଯୋଗାଇ ଦେବାକୁ ପୂର୍ବରୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ସିଆଇଆଇ) ସିଇଓ ଆଦର ପୁନାୱାଲା ଦାବି କରିଛନ୍ତି। ତେବେ ସରକାର ଭାରତୀୟ ଟିକା ନିର୍ମାତାମାନଙ୍କ କ୍ଷେତ୍ରରେ ଏଭଳି ନିଷ୍ପତ୍ତି ନେଇ କୌଣସି ସୂଚନା ଦେଇନାହାନ୍ତି। ମଡର୍ଣ୍ଣା ଓ ଫାଇଜରକୁ ଆଇନଗତ ସୁରକ୍ଷା ଉପଲବ୍ଧ କରାଗଲେ ଉଭୟ ସଂସ୍ଥାର ବିପୁଳ ଟିକା ଦେଶକୁ ଆସିପାରିବ ବୋଲି ଜଣାପଡ଼ିଛି। ବିଦେଶୀ ଟିକା ନିର୍ମାତାମାନେ ଭାରତରେ ଆଇନଗତ ସୁରକ୍ଷାକୁ ପ୍ରାଥମିକ ସର୍ତ୍ତ ରଖିଛନ୍ତି।
The post ବିଦେଶୀ ଟିକା ଆଣିବା ପାଇଁ ଅଭିଯାନ ତ୍ବରାନ୍ବିତ ‘ଫାଇଜର’କୁ ମିଳିବ ଆଇନଗତ ସୁରକ୍ଷା first appeared on Sambad.from କରୋନା | Sambad https://ift.tt/2RKe71t
0 Comments