ଆଗ୍ରାସ୍ଥିତ ଘରୋଇ ହସ୍ପିଟାଲର ଗୁମର ଫିଟୁଛି: ରାତିସାରା ଅକ୍ସିଜେନ ନପାଇ ଛଟପଟ ହୋଇଥିଲେ ମହିଳା, ପରଦିନ ଜୀବନ ଚାଲିଗଲା

ଆଗ୍ରା: ଆଗ୍ରାସ୍ଥିତ ଘରୋଇ ପାରସ ହସ୍ପିଟାଲଙ୍କ ମାଲିକଙ୍କ କାରନାମା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଅକ୍ସିଜେନ୍ ମକ୍‌ ଡ୍ରିଲ୍‌ କରି ୨୨ ରୋଗୀଙ୍କ ଜୀବନ ନେଇଥିବା ଏହି ହସ୍ପିଟାଲ ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି। ରାଧିକା ଅଗ୍ରୱାଲ ନାମ୍ନୀ ଜଣେ ୩୬ ବର୍ଷୀୟା ମହିଳା ସେଠାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ସ୍ବାମୀଙ୍କ ନିକଟକୁ ମୋବାଇଲରେ ‌ଏକାଧିକ ମେସେଜ୍ ପଠାଇଥିଲେ। ସେଥିରେ ରାତିସାରା ତାଙ୍କୁ ଅକ୍ସିଜେନ ପାଇଁ ନିର୍ଯାତନା ଦିଆଯାଉଛି ବୋଲି ରାଧିକା ଅଭିଯୋଗ କରିଥିଲେ। ତା ପରଦିନ ସକାଳେ ରାଧିକାଙ୍କର ମୃତ୍ୟୁ ହୋଇଯାଇଥିଲା। ରାଧିକାଙ୍କ ସ୍ବାମୀ ସୌରଭ ଆଗ୍ରାରେ ବ୍ୟବସାୟ କରନ୍ତି।

ସେ ଏବେ ତାଙ୍କ ପତ୍ନୀଙ୍କ ମୋବାଇଲ ମେସେଜ୍‌କୁ ସାଧାରଣରେ ପ୍ରକାଶ କରିବା ସହିତ ପୁଲିସରେ ଏତଲା ଦେଇଛନ୍ତି। ଗତ ଏପ୍ରିଲ ୨୬ ତାରିଖରେ ପାରସ ହସ୍ପିଟାଲରେ ଘଟିଥିବା ଘଟଣା ସଂପର୍କରେ ରାଧିକା ସୌରଭଙ୍କ ନିକଟକୁ ଏକାଧିକ ବାର୍ତ୍ତା ପଠାଇଥିବା ସେ କହିଛନ୍ତି। ରାଧିକା ଏକ ବାର୍ତ୍ତାରେ ସେ ଲେଖିଛନ୍ତି ଯେ ବାରମ୍ବାର ଅକ୍ସିଜେନ ଯୋଗାଣକୁ ବନ୍ଦ କରି ଦିଆଯାଉଛି। ମୋତେ ଦୟାକରି ଏଠାରୁ ଅନ୍ୟତ୍ର ନେଇଯାଅ ନଚେତ ମୁଁ ମରିଯିବି ବୋଲି ସେ ମୋବାଇଲରେ ମେସେଜ୍ ପଠାଇଥିଲେ। ତେଣୁ ହସ୍ପିଟାଲର ମାଲିକ ଅରିଞ୍ଜୟ ଜୈନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ରାଧିକାଙ୍କ ସ୍ବାମୀ ଦାବି କରିଛନ୍ତି। ପୂର୍ବରୁ ମାଲିକଙ୍କ ଏ ସଂକ୍ରାନ୍ତ ଭିଡିଓ ଭାଇରାଲ ହେବା ପରେ ଉକ୍ତ ହସ୍ପିଟାଲକୁ ସିଲ୍‌ କରି ଦିଆଯାଇଛି।

The post ଆଗ୍ରାସ୍ଥିତ ଘରୋଇ ହସ୍ପିଟାଲର ଗୁମର ଫିଟୁଛି: ରାତିସାରା ଅକ୍ସିଜେନ ନପାଇ ଛଟପଟ ହୋଇଥିଲେ ମହିଳା, ପରଦିନ ଜୀବନ ଚାଲିଗଲା first appeared on Sambad.

from କରୋନା | Sambad https://ift.tt/3pNMyRe

Post a Comment

0 Comments