
ତିରୁବନନ୍ତପୁରମ୍: କୋଭିଡ୍-୧୯ ସଂକ୍ରମଣ ମାମଲା ହ୍ରାସ ଅସନ୍ତୋଷଜନକ ରହିବାରୁ ମଙ୍ଗଳବାର ଦିନ କେରଳ ସରକାର ଆଉ ସପ୍ତାହକ ପାଇଁ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି।
କୋଭିଡ୍ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ପରେ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଛନ୍ତି, ସମ୍ପ୍ରତି ରୋଗ ସଂକ୍ରମଣକୁ ଆଧାର କରି ଅଞ୍ଚଳ ବର୍ଗିକରଣ କରାଯିବ। ଗତ ୭ ଦିନର ହାରାହାରି ‘ଟେଷ୍ଟ୍ ପଜିଟିଭିଟି ରେଟ୍’ (ଟିଆର୍ପି) ଆଧାରରେ ‘ଆଞ୍ଚଳିକ ସ୍ବଆୟତ୍ତ ଶାସନ’ଗୁଡ଼ିକୁ ପୁନଃବର୍ଗିକରଣ କରାଯାଇଛି।
ନୂତନ ବର୍ଗିକରଣ ଅନୁସାରେ, ‘ଏ’ ବର୍ଗରେ ୧୬୫ଟି (‘ଟିଆର୍ପି’ ୬%ରୁ କମ୍), ‘ବି’ ବର୍ଗରେ ୪୩୭ (‘ଟିଆର୍ପି’ ୬%-୧୨% ମଧ୍ୟରେ), ‘ସି’ ବର୍ଗରେ ୩୧୬ଟି (‘ଟିଆର୍ପି’ ୧୨%-୧୮%) ଏବଂ ‘ଡି’ ବର୍ଗରେ (‘ଟିଆର୍ପି’ ୧୮%ରୁ ଅଧିକ) ଥିବା ‘ଆଞ୍ଚଳିକ ସ୍ବଆୟତ୍ତ ଶାସନ’ ରହିଛନ୍ତି।
ସାମ୍ବାଦିକମାନଙ୍କୁ ବିଜୟନ କହିଛନ୍ତି, ତଥାପି ହାରାହାରି ‘ଟିଆର୍ପି’ ୧୦%ରୁ ଅଧିକ ରହିଛି। ପୂର୍ବରୁ ଏହି ହାର ୨୯.୭୫% ଥିଲା। ‘ଟିଆର୍ପି’ ହ୍ରାସ ପାଇବ ବୋଲି ଯେମିତି ମନେହେଉଥିଲା ତାହା ହୋଇନାହିଁ। ନିରବଚ୍ଛିନ୍ନ ଭାବେ ତ ଲକ୍ଡାଉନ୍ ଜାରି କରାଯାଇ ପାରିବ ନାହିଁ। ସେହି କାରଣରୁ କିଛି କୋହଳ କରାଯାଇଛି, କିନ୍ତୁ ଚିନ୍ତାର କାରଣ ହେଲା ‘ଟିଆର୍ପି’ ୧୦% ତଳକୁ ହ୍ରାସ ପାଉନାହିଁ।
ଜୁଲାଇ ପହିଲାରୁ ନୂତନ କଟକଣା ଲାଗୁ ହେବ ବୋଲି ସେ କହିଛନ୍ତି।
The post କୋଭିଡ୍-୧୯ ସଂକ୍ରମଣ ହ୍ରାସ ଅସନ୍ତୋଷଜନକ ରହିବାରୁ ଆଉ ସପ୍ତାହେ ଲକ୍ଡାଉନ୍ ବଢ଼ାଇଲା କେରଳ first appeared on Sambad.from କରୋନା | Sambad https://ift.tt/2UIwXHc
0 Comments