
ଗୌହାଟୀ: କରୋନାରୁ ସୁସ୍ଥ ହୋଇଥିଲେ ଟିକାର ଦ୍ବିତୀୟ ଡୋଜ୍ ଆଉ ଦରକାର ନାହିଁ। କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଗୋଟିଏ ଡୋଜ୍ କୋଭିସିଲ୍ଡ ଟିକା ହିଁ ଯଥେଷ୍ଟ। ଆସାମ ମେଡିକାଲ କଲେଜ୍ (ଏଏମ୍ସି) ଦିବ୍ରୁଗଡ଼ ଏବଂ ଉତ୍ତରପୂର୍ବ ଆଇସିଏମ୍ଆର୍ ବିଶେଷଜ୍ଞମାନଙ୍କ ଦ୍ବାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ୧୮ରୁ ୭୫ ବର୍ଷ ବୟସ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ଏହି ଅଧ୍ୟୟନରେ ସାମିଲ ଥିଲେ। ଫଳାଫଳରୁ ଏହା ଜଣାପଡ଼ିଛି ଯେ, ସେରୋପଜିଟିଭ୍ ମାମଲା ଗୁଡ଼ିକରେ ପ୍ରଥମ ଡୋଜ୍ ତୁଳନାରେ ଦ୍ବିତୀୟ ଡୋଜ୍ ଟିକା ଅଧିକ ଏଣ୍ଟିବଡି ବୃଦ୍ଧି କରୁନି। ଜଣାଯାଇଛି ଯେ, କରୋନାରୁ ସୁସ୍ଥ ହୋଇ କେବଳ ପ୍ରଥମ ଡୋଜ୍ ଟିକା ନେଇଥିବା ଅଂଶଗ୍ରହଣକାରୀଙ୍କଠାରେ ଅଧିକ ଏଣ୍ଟିବଡି ଥିବାବେଳେ ଦ୍ବିତୀୟ ଡୋଜ୍ ନେଇଥିବା ଅଂଶଗ୍ରହଣକାରୀଙ୍କଠାରେ କମ୍ ଏଣ୍ଟିବଡି ରହିଛି।
The post କରୋନାରୁ ସୁସ୍ଥ ହୋଇଥିଲେ ଦ୍ବିତୀୟ ଡୋଜ୍ ଦରକାର ନାହିଁ: ଆଇସିଏମ୍ଆର ଅଧ୍ୟୟନ first appeared on Sambad.from କରୋନା | Sambad https://ift.tt/3qoOoZ4
0 Comments