ରାଜଧାନୀରେ ବଢ଼ିଲେ ଆକ୍ରାନ୍ତ

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଗତ କିଛି ଦିନ ଧରି ୪ଶହ ତଳେ ରହୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ପୁଣି ୫୦୦ ନିକଟତର ହୋଇଛି। ୨୪ଘଣ୍ଟା ମଧ୍ୟରେ ସହରରୁ ୪୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦୭ ଜଣ ସ୍ଥାନୀୟ ସଂକ୍ରମଣ ଓ ୮୯ ଜଣ କ୍ୱାରାଣ୍ଟିନ୍‌ରୁ ବାହାରିଛନ୍ତି। ଯଦି ଦେଖାଯାଏ, ଗତ ୧୦ ଦିନ ମଧ୍ୟରେ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶେଷଥର ଲାଗି ଜୁନ୍‌ ୧୩ ତାରିଖରେ ୫୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥି‌ଲେ। ଏହା ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ୫୦୦ତଳେ ରହି ଆସୁଥିଲା। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇବା ବିଏମସି ପାଇଁ ଚିନ୍ତାର କାରଣ ପାଲଟିଛି।

ଗୁରୁବାରର ସ୍ଥାନୀୟ ସଂକ୍ରମଣ ତଥ୍ୟକୁ ଅନୁଧ୍ୟାନ କଲେ, ପଟିଆରୁ ସର୍ବାଧିକ ୩୯ଜଣ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଓ ନୂଆପଲ୍ଲୀରୁ ୨୩, ପୁରୁଣା ଭୁବନେଶ୍ୱରରୁ ୧୯, ଡୁମୁଡୁମାରୁ ୧୮, ଖଣ୍ଡଗିରିରୁ ୧୭, ନୀଳାଦ୍ରିବିହାରରୁ ୧୬, ବଡ଼ଗଡ଼ରୁ ୧୩, ଜୟଦେବବିହାରରୁ ୧୧, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ଜାଗମରା, ଶୈଳଶ୍ରୀବିହାର, ୟୁନିଟ୍‌-୪, ଚକେଇସିଆଣିରୁ ୧୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୧୦ ଦିନର ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ, ଜୁନ ୧୪ରେ ୩୨୯, ୧୫ରେ ୩୮୯, ୧୬ରେ ୩୭୨, ୧୭ରେ ୪୧୯, ୧୮ରେ ୪୪୩, ୧୯ରେ ୩୩୨, ୨୦ରେ ୨୮୭, ୨୧ରେ ୨୪୬, ୨୨ରେ ୩୩୯, ୨୩ରେ ୩୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୮ ତାରିଖ ପରେ ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଉପରକୁ ଚାଲି ଯାଇଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା କମ୍‌ ରହିଛି। ଗତ ୨୪ ଘଣ୍ଟାରେ ମାତ୍ର ୪୧୦ ଜଣ ସୁସ୍ଥ ହୋଇଛନ୍ତି।

The post ରାଜଧାନୀରେ ବଢ଼ିଲେ ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/2T3MyAL

Post a Comment

0 Comments