ନୂଆଦିଲ୍ଲୀ: ଏଥର ସ୍ବାଭାବିକ ସମୟ ନିର୍ଘଣ୍ଟ ଅନୁଯାୟୀ ଜୁଲାଇ ମାସରେ ସଂସଦର ମୌସୁମୀ ଅଧିବେଶନ ବସିବ ବୋଲି ଆଶାବାଦୀ ଥିବା କଥା ମଙ୍ଗଳବାର ଦିନ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।

ଗଣମାଧ୍ୟମକୁ ଯୋଶୀ କହିଛନ୍ତି, ସ୍ବାଭାବିକ ସମୟ ସାରଣୀ ଅନୁସାରେ ଜୁଲାଇ ମାସରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ମୋର ଆଶା।

ଅନ୍ୟ ସୂତ୍ରରୁ ପ୍ରାପ୍ତ ରିପୋର୍ଟ ଅନୁସାରେ, ଏ ବର୍ଷ କି ଉପାୟରେ ମୌସୁମୀ ଅଧିବେଶନ ବସିବ ସେ ସଂକ୍ରାନ୍ତରେ ଏବେ ବି ବିଚାରବିମର୍ଶ ଚାଲିଛି। ଅଧିକାଂଶ ସାଂସଦ, ଉଭୟ ଲୋକସଭା ଏବଂ ରାଜ୍ୟସଭା ସଚିବାଳୟର କର୍ମଚାରୀ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମ‌ାନେ କୋଭିଡି-୧୯ ଟିକାର ପ୍ରଥମ ଡୋଜ୍‌ ନେଇ ସାରିଥିବାରୁ ଆଗାମୀ ମାସରେ ସଂସଦୀୟ ଅଧିବେଶନ ବସିବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହୁଛନ୍ତି।

Image Courtesy of Mint

ଏହାଛଡ଼ା, ଜୁନ୍‌ ତୃତୀୟ ସପ୍ତାହରୁ ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି’ ଅଧିବେଶନର ମଧ୍ୟ ପୁନରାରମ୍ଭ ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, କୋଭିଡ୍-୧୯ ଅବସ୍ଥା ଯୋଗୁଁ ୨୦୨୦ରେ ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ଆରମ୍ଭ ହୋଇଥିଲା ଏବଂ ଶୀତ ଅଧିବେଶନ ଅନୁଷ୍ଠିତ ହୋଇ ପାରି ନ ଥିଲା।

The post ଜୁଲାଇ ମାସରେ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ: ପ୍ରହ୍ଲାଦ ଯୋଶୀ first appeared on Sambad.

from କରୋନା | Sambad https://ift.tt/3v0F4vb