
ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ବାତାବରଣରେ ଘରେ ପିଜ୍ଜା ଡେଲିଭରି ଦେବା ପାଇଁ ଅନୁମତି ମିଳୁଥିବା ବେଳେ ରେସନ୍ ପାଇଁ କାହିଁକି ଅନୁମତି ମିଳୁନି ବୋଲି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି କେନ୍ଦ୍ର ସରକାରଙ୍କୁ ଉଦ୍ଦେଶ୍ୟ କରି ପଚାରିଛନ୍ତି।
ସେ କହିଛନ୍ତି, ଦିଲ୍ଲୀରେ ‘ଦୁଆରେ ରେସନ୍ ଯୋଗାଣ’ ଯୋଜନା ଚାଲୁ କରାଯିବାର ମାତ୍ର ଦୁଇ ଦିନ ପୂର୍ବରୁ କେନ୍ଦ୍ର ସରକାର ତାହା ବନ୍ଦ କରାଇ ଦେଲେ ବୋଲି ଆଜି ଏକ ଡିଜିଟାଲ୍ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି। ସେ ଅଭିଯୋଗ କରିଛନ୍ତି କି, ରେସନ୍ ମାଫିଆଙ୍କ ଚାପରେ କେନ୍ଦ୍ର ସରକାର ଏ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଗରିବ ସମର୍ଥିତ ଏହି ଅଭିନବ ଯୋଜନା ଜାତୀୟ ରାଜଧାନୀରେ ଲାଗୁ ନ କରାଇବା ପାଇଁ ଏଭଳି କରାଯାଇଛି।
ଏହି ଯୋଜନା ପ୍ରଣୟନ ଲାଗି ତାଙ୍କ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ନେଇ ନାହିଁ ବୋଲି କେନ୍ଦ୍ର କରିଥିବା ଦାବିକୁ ଖଣ୍ଡନ କରି କେଜ୍ରିୱାଲ୍ କହିଛନ୍ତି, ଆମେ ଥରେ ନୁହେଁ ପାଞ୍ଚ ପାଞ୍ଚ ଥର ଅନୁମୋଦନ ପାଇଛୁ। ସୌଜନ୍ୟମୂଳକ ଭାବେ ଆମେ ଏହି ଯୋଜନା ଲାଗୁ କରୁଥିବାରୁ ଆଇନତଃ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅନାବଶ୍ୟକ।
ପ୍ରଥମ ଥର ପାଇଁ ରେସନ୍ ମାଫିଆଙ୍କୁ ଦମନ କରିବା ଲାଗି ଗୋଟାଏ ସରକାର ଏ ପଦକ୍ଷେପ ଗ୍ରହଣ କରିଥିଲା। ଦେଖନ୍ତୁ, ସେମାନେ କେତେ ଶକ୍ତିମାନ୍। ଲାଗୁ ହେବାରୁ ସପ୍ତାହକ ପୂର୍ବରୁ ସେମାନେ ଯୋଜନାଟିକୁ ବାତିଲ କରିଦେଲେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି।
ସେ ପୁଣି କହିଛନ୍ତି, ଦୁଆରେ ରେସନ ଯୋଗାଣ ବ୍ୟବସ୍ଥାଦ୍ବାରା ଜାତୀୟ ରାଜଧାନୀରେ ୭୨ ଲକ୍ଷ ରେସନ କାର୍ଡଧାରୀ ଉପକୃତ ହୋଇଥାଆନ୍ତେ। ଏହି ଯୋଜନା ଲାଗୁ କରିବା ଲାଗି ମତେ ଅନୁମତି ମିଳୁ। ମୁଁ ଆପଣଙ୍କୁ (ପ୍ରଧାନମନ୍ତ୍ରୀ ମୋଦୀ) ଏହି ଯୋଜନାର ସମ୍ପୂର୍ଣ୍ଣ ଶ୍ରେୟ ଦେବି। ରେସନ୍ ‘ଆପ୍’ କିଂବା ‘ବିଜେପି’ର ନୁହେଁ। ଲୋକେ ପଢ଼ିବାକୁ ଚାହାଁନ୍ତି ମୋଦୀଜୀ ଏବଂ କେଜ୍ରିୱାଲ୍ ଦରିଦ୍ରମାନଙ୍କୁ ରେସନ ଯୋଗାଇବାରେ ସାହାଯ୍ୟ କଲେ। ଏହି ଯୋଜନା ଲାଗୁ କରିବା ପାଇଁ ଦିଲ୍ଲୀର ୭୦ ଲକ୍ଷ ଦରିଦ୍ର ଜନତାଙ୍କ ପକ୍ଷରୁ ମୁଁ ଯୋଡ଼ହସ୍ତରେ ଆପଣଙ୍କୁ ଅନୁରୋଧ କରୁଛି।
The post ଘରେ ପିଜ୍ଜା ଦେଇ ହେଉଛି; ରେସନ୍ ଦେଇ ହେବନି କାହିଁକି: ଅରବିନ୍ଦ କେଜ୍ରିୱାଲ୍ first appeared on Sambad.from କରୋନା | Sambad https://ift.tt/2T6mZhW
0 Comments