
ଜୁଲାଇ ମଧ୍ୟଭାଗରୁ ଦୈନିକ ଏକ କୋଟି ଟିକାକରଣ ଲକ୍ଷ୍ୟ
ଶିଶୁଙ୍କୁ ହେଉଥିବା ସଂକ୍ରମଣ ଉପରେ ନଜର ରଖାଯାଇଛି
ଭୁବନେଶ୍ବର : ଦେଶର ୪୭ ପ୍ରତିଶତ ଜିଲ୍ଲାରେ କୋଭିଡ ପଜିଟିଭ ହାର ୫ ପ୍ରତିଶତରୁ କମ ରହିଛି। ଅର୍ଥାତ ଗତ ସପ୍ତାହରେ ଦେଶର ଅର୍ଧେକ ଅଞ୍ଚଳରେ କୋଭିଡ ସଂଖ୍ୟା ହ୍ରାସ ପାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ମେ ପ୍ରଥମ ସପ୍ତାହରୁ ଶେଷ ସପ୍ତାହ ମଧ୍ୟରେ ଏହା ୨୧ ପ୍ରତିଶତରୁ ୮.୩ ପ୍ରତିଶତ ପର୍ଯ୍ୟନ୍ତ ଖସିଛି। ମେ ୩୧ ତାରିଖ ସୁଦ୍ଧା, ୩୪୪ ଜିଲ୍ଲାରେ ପଜିଟିଭ ହାର ୫ ପ୍ରତିଶତରୁ କମ୍ ଏବଂ ୨୩୯ ଜିଲ୍ଲାରେ ୧୦ ପ୍ରତିଶତରୁ କମ୍ ରହିଥିଲା।
୨୦୧୧ ଜନଗଣନା ଅନୁସାରେ, ଦେଶରେ ୬୪୦ଟି ଜିଲ୍ଲା ଥିଲା। ବର୍ତ୍ତମାନ ଏହା ୭୧୮କୁ ବୃଦ୍ଧି ପାଇଛି । ୬ରୁ ୮ ସପ୍ତାହ ମଧ୍ୟରେ କୋଭି଼ଡ ପରୀକ୍ଷଣ, ସଂକ୍ରମିତ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ୍) ଘୋଷଣା କାମ କରିଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ନିର୍ଦେଶକ ବଳରାମ ଭାର୍ଗବଙ୍କ ଅନୁଯାୟୀ, ଲକ୍ଡାଉନ୍କୁ ସହଜ କରିବା ପାଇଁ ଉପାୟ ଖୋଜିବାକୁ ପଡ଼ିବ। ଦେଶର ବିଭିନ୍ନ ଅଞ୍ଚଳରେ କୋଭିଡ ମାମଲା ହ୍ରାସ ପାଉଥିବାରୁ ଲକ୍ଡାଉନ୍ ଖୋଲିବା ପାଇଁ ସରକାର ସୁପାରିସ କରିଛନ୍ତି। ରାଜ୍ୟ ମଧ୍ୟ ସୁନିଶ୍ଚିତ କରିବା ଉଚିତ ଯେ କୋଭିଡ ପଜିଟିଭ ହାର ୫ ପ୍ରତିଶତରୁ କମ୍ ରହିବା ସହ ୪୫ ବର୍ଷରୁ ଉର୍ଧ୍ବଙ୍କ ଟିକାକରଣ ଅନ୍ୟୁନ ୭୦ ପ୍ରତିଶତ ରହିବା ଉଚିତ। ଏଥିସହିତ କୋଭିଡରୁ ସୁରକ୍ଷା ପାଇଁ ଗୋଷ୍ଠୀଗତ ଭାବରେ ଅନୁକୂଳ ବ୍ୟବହାର ନେଇ ରାଜ୍ୟ ସରକାର ସୁନିଶ୍ଚିତ କରିବେ। ବୟସ୍କ ଗ୍ରୁପଙ୍କୁ କେଉଁ ପରିମାଣରେ ଟିକା ଦିଆଯାଇଛି ତାର ବିଚାର କରି ତାଲା ଖୋଲାଯିବା ଉଚିତ।
ଭାର୍ଗବ ଆହୁରି କହିଛନ୍ତି, ବିଶ୍ବର ୫ଟି ଟିକା ଉତ୍ପାଦନକାରୀ ଦେଶ ମଧ୍ୟରେ ଭାରତ ଅନ୍ୟତମ। ଯଦି ଆମେ ଟିକା ଉତ୍ପାଦନ କରିନଥାଆନ୍ତୁ ତେବେ କେଉଁ ସ୍ଥିତିରେ ଥାଆନ୍ତୁ ତାହା ଅନୁମାନ କରାଯାଇପାରେ। ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ଭାରତରେ ଟିକା ଯୋଗାଣ ବୃଦ୍ଧି ପାଇବ। ଯଦ୍ବାରା ୧ କୋଟି ଲୋକଙ୍କୁ ଦୈନିକ ଟିକା ଦିଆଯାଇ ପାରିବ। କିନ୍ତୁ ଗୋଟିଏ ମାସରେ ପ୍ରତ୍ୟେକଙ୍କୁ ଟିକା ଦେବା ପାଇଁ ଚାହିଲେ ଟିକାର ସଙ୍କଟ ହେବ। ଜନସଂଖ୍ୟା ଦୃଷ୍ଟିରୁ ଦେଶକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ଯେତେ ଟିକା ଦିଆଯାଇଛି, ତାହା ଆମେରିକା ସହିତ ସମାନ। ଭାରତର ଜନସଂଖ୍ୟା ଆମେରିକାର ୪ ଗୁଣ ବୋଲି ଭୁଲିବା ଉଚିତ ନୁହେଁ। ଶିଶୁଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ସରକାରଙ୍କ ଧ୍ୟାନ ଆକର୍ଷଣ କରିଛି। ଏହାକୁ ଦୃଷ୍ଟିରେ ରଖି ଶିଶୁ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ନେଇ ଅଡିଟ କରାଯାଉଛି। ଭୂତାଣୁ ପରିବର୍ତ୍ତନ କିମ୍ବା ଗତିଶୀଳତା ବଦଳିଲେ ଶିଶୁଙ୍କୁ ବେଶି ସଂକ୍ରମିତ କରିବ। ସମସ୍ତ ପ୍ରକାର ସ୍ଥିତିକୁ ନେଇ ପ୍ରସ୍ତୁତ ରହିଥିବା କହିଛନ୍ତି ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ଭିକେ ପଲ। ପରିବର୍ତ୍ତିତ ସମୟକୁ ମୁକାବିଲା କରାଯିବ। ଜାତୀୟ ବିଶେଷଜ୍ଞ ଦଳ ନୂତନ ରାସ୍ତା ପାଇଁ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି। ନୂତନ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୨ରୁ୩ ପ୍ରତିଶତ ଶିଶୁ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ସରକାର ଆବଶ୍ୟକତାଠାରୁ ଦୁଇ ଗୁଣ ପାଇଁ ପ୍ରସ୍ତୁତ ହେଉଥିବା ପଲ କହିଛନ୍ତି। କୋଭିଡ ମୁକ୍ତ ହେବାର ୨ରୁ ୬ ସପ୍ତାହ ପରେ ଏବଂ ଆରଟିପିସିଆର ନେଗେଟିଭ ହେବା ପରେ କମ ସଂଖ୍ୟାକ ଶିଶୁଙ୍କ ଠାରେ ଜ୍ବର, ଆଖି ଜଳିବା ଆଦି ଦେଖାଯାଉଛି। ଉପଯୁକ୍ତ ସମୟରେ ଦେଖାଇଲେ ଏହାର ଚିକିତ୍ସା ମଧ୍ୟ ସମ୍ଭବ।
The post ଅଧା ଦେଶରେ କୋଭିଡ ପଜିଟିଭ ହାର ୫%ରୁ କମ୍ : ସ୍ବାସ୍ଥ୍ୟ ମନ୍ତ୍ରାଳୟ first appeared on Sambad.କୋଭିସିଲ୍ଡ ପାଇଁ ଗୋଟିଏ ଡୋଜର ଯୋଜନା ନାହିଁ
ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ଭିକେ ପଲ କହିଛନ୍ତି, କୋଭିସିଲ୍ଡ କିମ୍ବା କୋଭାକ୍ସିନର ଦୁଇ ଡୋଜ ପ୍ରକ୍ରିୟାକୁ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ। ସମସ୍ତେ ଟିକାର ନିୟମ ପାଳନ କରି ଡବଲ ଡୋଜ ନେବା ଉଚିତ। ଗୋଟିଏ ଡୋଜ ଦିଆଯିବା ନେଇ ସରକାର ବିଚାର କରୁଥିବା ନେଇ କିଛି ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏ ନେଇ ସରକାରଙ୍କ ପକ୍ଷରୁ ଏପରି ସ୍ପଷ୍ଟୀକରଣ ଦିଆଯାଇଛି। ଦୁଇଟି ଭିନ୍ନ ଭିନ୍ନ ଟିକାକୁ ମିଶାଇବା ମଧ୍ୟ ନିୟମ ନୁହେଁ ବୋଲି ଶ୍ରୀ ପଲ୍ କହିଛନ୍ତି। କୌଣସି ପରିବର୍ତ୍ତନ ହେଲେ ଏହି ପ୍ଲାଟଫର୍ମରୁ ଜଣାଇ ଦିଆଯିବ। ତେବେ ଡିସେମ୍ବର ସୁଦ୍ଧା ଦେଶର ସମସ୍ତଙ୍କୁ ଟିକା ଦେବା ପାଇଁ ଆଶା କରାଯାଉଛି।
from କରୋନା | Sambad https://ift.tt/3g3GxM3
0 Comments