କରୋନା ମହାମାରୀର ଦ୍ବିତୀୟ ଲହରରେ ଓଡ଼ିଶାର ୨୨ ଡାକ୍ତରଙ୍କ ପ୍ରାଣ ଗଲାଣି

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ବିତୀୟ ଲହରରେ ଡାକ୍ତରମାନେ ବହୁସଂଖ୍ୟାରେ ସଂକ୍ରମିତ ହେବା ସହିତ ସାରାଦେଶରେ ୫୯୪ ଜଣ ଡାକ୍ତର ଜୀବନ ହରାଇଛନ୍ତି। ଏହି ସୂଚନା ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍‌ଏ) ପକ୍ଷରୁ ଦିଆଯାଇଛି। କରୋନାରେ ପ୍ରାଣ ହରାଇଥିବା ୫୯୪ ଜଣ ଡାକ୍ତରଙ୍କ ମଧ୍ୟରୁ ଓଡିଶାର ୨୨ ଜଣ ସାମିଲ ଥିବାର ଆଇଏମ୍‌ଏ ସୂଚିତ କରିଛି। କରୋନା ମୁକାବିଲାରେ ଡାକ୍ତରମାନେ ଦିନରାତି ଲାଗିଥିବାବେଳେ ନିଜେ ବି ଏଥିରେ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ ଆଇଏମ୍‌ଏ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି।

ଆଇଏମ୍‌ଏର ତଥ୍ୟ ଅନୁସାରେ, କରୋନାର ପ୍ରଥମ ଲହର ଦେଶର ୭୪୭ ଜଣ ଡାକ୍ତରଙ୍କ ଜୀବନ ନେଇଥିଲା ଏବଂ ଏଥିରେ ଓଡିଶାର ଡାକ୍ତରମାନଙ୍କ ସଂଖ୍ୟା ଥିଲା ୧୪। କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ଓଡିଶାର ମୋଟ ୩୬ ଜଣ ଡାକ୍ତରଙ୍କ ସମେତ ଦେଶରେ ସମୁଦାୟ ୧୩୦୦ ଡାକ୍ତରଙ୍କ ମୂତ୍ୟୁ ହୋଇଥିବାର ଇଣ୍ଡିଆନ ମେଡିକାଲ୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ଆଇଏମ୍‌ଏର ସୂଚନା ଅନୁସାରେ କରୋନାର ଦ୍ବିତୀୟ ଲହରରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି।

The post କରୋନା ମହାମାରୀର ଦ୍ବିତୀୟ ଲହରରେ ଓଡ଼ିଶାର ୨୨ ଡାକ୍ତରଙ୍କ ପ୍ରାଣ ଗଲାଣି first appeared on Sambad.

from କରୋନା | Sambad https://ift.tt/3fIEUEk

Post a Comment

0 Comments