ରାଉରକେଲା: ଆଜି ସଂଧ୍ୟାରେ କରୋନାରେ ଆକ୍ରାନ୍ତ ହାତୀବାରି ସରପଞ୍ଚ ବିନୋଦ ବିହାରୀ ଦେହୁରିଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ ରାଉରକେଲା ହାଇଟେକ୍‌ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୋଭିଡ୍‌ ପଜିଟିଭ୍‌ ଆସିବା ପରେ ଗତ ମେ ୨୬ରେ ହାଇଟେକ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ୍ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସଂଧ୍ୟା ପ୍ରାୟ ୭ଟା ୧୫ରେ ଡାକ୍ତର ତାଙ୍କୁ ମୃ୍ତ ଘୋଷଣା କରିଥିଲେ। ସ୍ବର୍ଗତ ଦେହୁରି ଓଡ଼ିଶା ପ୍ରଶାସନିକ ସେବାରେ ଚାକିରି କରିଥିଲେ। ଚାକିରିରୁ ଅବସର ନେବା ପରେ ରାଜନୈତିକ ଦଳରେ ସାମିଲ ହୋଇଥିଲେ। କିଛି ବର୍ଷ ରାଜନୀତି କରିବା ପରେ ହାତୀବାରିରେ ସରପଞ୍ଚ ଭାବେ ଛିଡା ହୋଇ ବିଜୟୀ ହୋଇଥିଲେ। କରୋନା ସଙ୍କଟ ସମୟରେ ପଞ୍ଚାୟତରେ ଲୋକଙ୍କ ଦୁଃଖ ସୁଖ ବୁଝୁଥିବାବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। କରୋନା ପରୀକ୍ଷା କରିବାରୁ ତାଙ୍କର ପଜିଟିଭ୍‌ ଆସିଥିଲା।

The post କରୋନାରେ ହାତୀବାରି ସରପଞ୍ଚଙ୍କ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3gpR9G9