
ବର୍ଲିନ୍: ପ୍ରଥମ ଡୋଜ୍ରେ କୋଭିଡ୍-୧୯ ନିରୋଧୀ ଟିକା ‘ଆଷ୍ଟ୍ରାଜେନିକା’ ଟିକା ନେଇଥିବା ଜର୍ମାନ୍ ଚାନ୍ସେଲର୍ ଆଞ୍ଜେଲା ମର୍କେଲ୍ ଦ୍ବିତୀୟ ଡୋଜ୍ରେ ‘ମଡର୍ଣ୍ଣା’ ଟିକା ନେଇଥିବା କଥା ମଙ୍ଗଳବାର ଦିନ ଜଣେ ମୁଖପାତ୍ର କହିଛନ୍ତି।
କେବଳ ୬୦ ବର୍ଷ ଏବଂ ତଦ୍ଦୁର୍ଦ୍ଧ୍ବ ବ୍ୟକ୍ତିମାନଙ୍କ ନିମନ୍ତେ ଜର୍ମାନ୍ କର୍ତ୍ତୃପକ୍ଷ ଅନୁମୋଦନ କରିବାର ଦୁଇ ସପ୍ତାହରୁ ଅଧିକ ଦିନ ପରେ ଏପ୍ରିଲ୍ ମାସରେ ୬୬ ବର୍ଷୀୟ ଆଞ୍ଜେଲା ‘ଆଷ୍ଟ୍ରାଜେନିକା’ର ପ୍ରଥମ ଡୋଜ୍ ନେଇଥିଲେ।
କେତେକ ବିଶେଷଜ୍ଞଙ୍କ ମତରେ, ଦ୍ବିତୀୟ ଡୋଜ୍ରେ କୋଭିଡ୍-୧୯ ଟିକା ପରିବର୍ତ୍ତନ କଲେ ତାହା ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ତ୍ବରାନ୍ବିତ କରୁଛି। କିନ୍ତୁ, ଏ ସଂକ୍ରାନ୍ତରେ ଏବେ ମଧ୍ୟ ଡାକ୍ତରୀ ଅଧ୍ୟୟନ ଶେଷ ହୋଇନାହିଁ।
ସୂଚନାଯୋଗ୍ୟ ଦୀର୍ଘ ୧୬ ବର୍ଷ କ୍ଷମତାସୀନ ରହିବା ପରେ ଏ ବର୍ଷ ମର୍କେଲ୍ ଅବସର ଗ୍ରହଣ କରିବେ।
୨୦୧୯ରେ କେତେଗୁଡ଼ିଏ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ ମର୍କେଲ୍ ସର୍ବସାଧାରଣଙ୍କ ମନରେ ଚିନ୍ତା ଉଦ୍ରେକ କରିଥିଲେ। କିନ୍ତୁ, ସେବେଠାରୁ ସେ ସୁସ୍ଥ ଥିବା ପରି ମନେହେଉଛି।
ଅବ୍ୟବସ୍ଥିତ ଭାବେ କିଛି ଦିନ ଚାଲିବା ପରେ ଗତ ଅଳ୍ପ କେତେ ସପ୍ତାହ ହେବ ଜର୍ମାନିରେ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି। ମଙ୍ଗଳବାର ସୁଦ୍ଧା ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି ବା ସମୁଦାୟ ଜନସଂଖ୍ୟାର ୫୧.୨% ଜନତା ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି।
The post ପ୍ରଥମ ଡୋଜ୍ରେ ‘ଆଷ୍ଟ୍ରାଜେନିକା’ ଟିକା ନେଇଥିବା ଜର୍ମାନ୍ ଚାନ୍ସେଲର୍ ଆଞ୍ଜେଲା ମର୍କେଲ୍ ଦ୍ବିତୀୟ ଡୋଜ୍ରେ ନେଲେ ‘ମଡର୍ଣ୍ଣା’ ଟିକା first appeared on Sambad.from କରୋନା | Sambad https://ift.tt/3wPDqOF
0 Comments