ଆମେରିକାର ମହାମାରୀ ମୁକାବିଲା ଉଦ୍ୟମରେ ‘ଡେଲ୍‌ଟା କୋଭିଡ୍‌-୧୯ ଭେରିଆଣ୍ଟ୍‌’ ମହାବିପଦ: ଡାକ୍ତର ଆନ୍ଥୋନି ଫାଉଚି

ନୂଆଦିଲ୍ଲୀ: ସ୍ବଦେଶରୁ କୋଭିଡ୍‌-୧୯ ମୂଳପୋଛ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଚଳାଇଥିବା ଉଦ୍ୟମରେ ପ୍ରଥମେ ଭାରତରେ ଦେଖା ଦେଇଥିବା ଅଭିନବ କରୋନାଭାଇରସ୍‌ର ‘ଡେଲ୍‌ଟା ଭେରିଆଣ୍ଟ୍‌’ ମହାବିପଦ ବୋଲି ମଙ୍ଗଳବାର ଦିନ ଗଣମାଧ୍ୟମ ସହ ସାକ୍ଷାତ୍‌କାର ବେଳେ ଆମେରିକୀୟ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉଚି କହିଛନ୍ତି।

ଫାଉଚି ଆହୁରି ମଧ୍ୟ କହିଛନ୍ତି, କୋଭିଡ୍‌-୧୯ର ମୂଳ ‘ଭେରିଆଣ୍ଟ’ ଠାରୁ ‘ଡେଲ୍‌ଟା ଭେଣିଆଣ୍ଟ୍‌’ର ସଂକ୍ରମଣଶୀଳତା ନିଃସନ୍ଦେହ ଅଧିକ। ଏହା ରୋଗ ସଂକ୍ରମଣକୁ ସାଙ୍ଘାତିକ କରିପକାଉଛି।

ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବୈଜ୍ଞାନିକ ମଧ୍ୟ କହିଥିଲେ ଯେ, ସମଗ୍ର ବିଶ୍ବରେ କୋଭିଡ୍‌-୧୯ ରୋଗର ‘ଡେଲ୍‌ଟା ଭେରିଆଣ୍ଟ୍‌’ ପ୍ରାଧାନ୍ୟ ବିସ୍ତାର କଲାଣି।

Image Courtesy of Financial Times

ଫାଉଚି କହିଛନ୍ତି ଯେ, ‘ଫାଇଜର୍‌/ବାୟୋଏନ୍‌ଟେକ୍‌’ ଟିକା ସମେତ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁମୋଦିତ ଟିକା କୋଭିଡ୍‌-୧୯ର ନୂତନ ‌‘ଭେରିଆଣ୍ଟ୍‌’ ପ୍ରତିହତ କରିବାରେ ଫଳପ୍ରଦ ହେଉଛି। ଆମ ପାଖରେ କୌଶଳ ଅଛି। ତେଣୁ, ତାକୁ ବ୍ୟବହାର କରି ସଂକ୍ରମଣ ଦମନ କରନ୍ତୁ।

ସୂଚନାଯୋଗ୍ୟ, ଜୁଲାଇ ୪ ତାରିଖ ସୁଦ୍ଧା ୭୦% ଟିକାକରଣ ହାସଲ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଲକ୍ଷ୍ୟ ଧାର୍ଯ୍ୟ କରିଥିଲା କିନ୍ତୁ, ଏଥିପାଇଁ ତାକୁ ଆହୁରି କିଛି ସପ୍ତାହ ଲାଗିବ ବୋଲି ହ୍ବାଇଟ୍‌ ହାଉସ୍‌ କୋଭିଡ୍‌-୧୯ର ବରିଷ୍ଠ ପରମର୍ଶଦାତା ଜିଫ୍ରେ ଜିଏଣ୍ଟସ୍‌ ଗଣମାଧ୍ୟମ ସହ ସାକ୍ଷାତ୍‌କାର ବେଳେ କହିଛନ୍ତି।

The post ଆମେରିକାର ମହାମାରୀ ମୁକାବିଲା ଉଦ୍ୟମରେ ‘ଡେଲ୍‌ଟା କୋଭିଡ୍‌-୧୯ ଭେରିଆଣ୍ଟ୍‌’ ମହାବିପଦ: ଡାକ୍ତର ଆନ୍ଥୋନି ଫାଉଚି first appeared on Sambad.

from କରୋନା | Sambad https://ift.tt/3xLpINa

Post a Comment

0 Comments