
କାଠମାଣ୍ଡୁ(ନେପାଳ): ଚୀନ୍ ସରକାରଙ୍କ ଦ୍ବାରା ବିକଶିତ କୋଭିଡ୍ ଟିକା ‘ସିନୋଫାର୍ମ’ର ୪୦ ଲକ୍ଷ ମାତ୍ରାକୁ ନେପାଳ ସରକାର ଅଘୋଷିତ ୧୦ ଡଲାର ଦରରେ କିଣିବାକୁ ଯୋଜନା କରିଛନ୍ତି। ତେବେ କିଛି ଗଣମାଧ୍ୟମରେ ଏହି ଟିକା ଦର ପ୍ରଘଟ ହେଲା ପରେ ବେଜିଂ ପ୍ରଶାସନ କାଠମାଣ୍ଡୁ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ନେପାଳ ଓ ଚୀନ୍ ସରକାରଙ୍କ ମଧ୍ୟରେ ହୋଇଥିବା ଟିକା ରାଜିନାମା ଅନୁସାରେ ଟିକାର ପରିମାଣ ଓ ଦର ସମେତ ଏହାର ଯୋଗାଣ ତାରିଖ ଗୋପନ ରଖିବା ବିଧେୟ।
ମାତ୍ର ନେପାଳ ସରକାରଙ୍କ ଦ୍ବାରା ଏପରି ଗୋପନୀୟତା ଭଙ୍ଗ ହୋଇଥିବା ଜାଣି ସିନୋଫାର୍ମ କମ୍ପାନି କାଠମାଣ୍ଡୁ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଅପରପକ୍ଷେ, ନେପାଳ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ଚୀନୀ ଟିକାର ଦର, ପରିମାଣ ଓ ଯୋଗାଣ ସମେତ ଅନ୍ୟାନ୍ୟ ପ୍ରାସଙ୍ଗିକ ସୂଚନା ସମ୍ପର୍କରେ ଗଣମାଧ୍ୟମରେ ଯେପରି ପ୍ରକାଶିତ ହୋଇଛି, ତାହା ଆନୁମାନିକ। ଚୀନ୍ରୁ ସିନୋଭାକ୍ ଟିକା ଆମଦାନି କରିବାରେ ପ୍ରଶ୍ନବାଚୀ ଲାଗିଛି ବୋଲି ମଧ୍ୟ ସେ କହିଛନ୍ତି।
The post ‘ସିନୋଫାର୍ମ’ ଟିକା ଦର ପ୍ରଘଟ କରିବାରୁ ନେପାଳ ଉପରେ ଚୀନ୍ କ୍ଷୁବ୍ଧ first appeared on Sambad.from କରୋନା | Sambad https://ift.tt/2UcAtt8
0 Comments