
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ମେଡିସିନ ବିଭାଗର ପ୍ରଫେସର ନିରଜ ନିଶ୍ଚଳ ସମ୍ଭାବ୍ୟ ତୃତୀୟ ଲହରର ଦୁଇଟି ପ୍ରମୁଖ କାରଣ ଦର୍ଶାଇଛନ୍ତି। ଗୋଟିଏ ହେଲା ଭାଇରସ୍ ସଂକ୍ରାନ୍ତ ଏବଂ ଅନ୍ୟ ପ୍ରମୁଖ କାରଣ ହେଉଛି ମାନବ ଆଚରଣ ସଂପର୍କିତ। ଭାଇରସ୍ର ରୂପାନ୍ତର ଆମ ନିୟନ୍ତ୍ରଣର ବାହାରେ ରହିଥିବାରୁ ଏହାକୁ ରୋକି ହେବନାହିଁ, କିନ୍ତୁ ଆମେ କୋଭିଡ୍ ଉପଯୁକ୍ତ ଆଚରଣ ନକଲେ ଭାଇରସ୍କୁ ନେଇ ସ୍ଥିତି ଜଟିଳ ହୋଇଚାଲିବ ବୋଲି ସେ କହିଛନ୍ତି। କୋଭିଡ୍ ଉପଯୁକ୍ତ ଆଚରଣ ଓ ନିର୍ଦ୍ଧାରିତ କଟକଣାକୁ ମାନିବା ଦ୍ବାରା ଅନେକ କିଛି ନିୟନ୍ତ୍ରଣରେ ରହିପାରିବ ବୋଲି ସେ କହିଛନ୍ତି। ଏ ଦିଗରେ ଟିକାକରଣର ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଟିକା ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ମଧ୍ୟ ତାଙ୍କଠାରେ ରୋଗ ଗମ୍ଭୀର ରୂପ ନେବନାହିଁ ଏବଂ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ଯଥେଷ୍ଟ କମିଯିବ ବୋଲି ପ୍ରଫେସର ନିଶ୍ଚଳ କହିଛନ୍ତି।
The post ଏମ୍ସ ପ୍ରଫେସର ଦର୍ଶାଇଲେ ସମ୍ଭାବ୍ୟ ତୃତୀୟ ଲହରର ଦୁଇ ପ୍ରମୁଖ କାରଣ first appeared on Sambad.from କରୋନା | Sambad https://ift.tt/3gPwc6M
0 Comments