ନୂଆଦିଲ୍ଲୀ: ‘ଭ୍ୟାକ୍ସିନେସନ୍‌ ପାସ୍‌ପୋର୍ଟ’ ନିମନ୍ତେ ‘କୋଭିସିଲ୍‌ଡ୍‌’ ଓ ‘କୋଭାକ୍ସିନ୍‌’ ଗ୍ରହଣ କର, ନତୁବା ବାଧ୍ୟତାମୂଳକ ‘କ୍ବାରେଣ୍ଟିନ୍‌’ର ସମ୍ମୁଖୀନ ହେବ ବୋଲି ଭାରତ ଭାରତରେ ନିର୍ମିତ ଟିକାର ଗ୍ରହଣୀୟତା ଉପରେ କୁଣ୍ଠାବୋଧ କରୁଥିବା ‘ୟୁରୋପୀୟ ସଂଘ’କୁ କହିଛି।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଯେସାକୁ ତେସା ନ୍ୟାୟରେ ଭାରତ କ୍ବାରେଣ୍ଟିନ୍‌ ଛାଡ଼ କ୍ଷେତ୍ରରେ କଠୋର ନିମୟ ଲାଗୁ କରିବ। ଅର୍ଥାତ୍ ଭାରତକୁ ଆସୁଥିବା ୟୁରୋପୀୟ ନାଗରିକମାନଙ୍କ ପ୍ରତି କ୍ବାରେଣ୍ଟିନ୍‌ ବାଧ୍ୟତାମୂଳକ କରାଯିବ।

‘ଡିଜିଟାଲ୍‌ କୋଭିଡ୍‌ ସାର୍ଟିଫିକେଟ୍‌’ରେ ‘କୋଭିସିଲ୍‌ଡ୍‌’ ଏବଂ ‘କୋଭାକ୍ସିନ୍‌’କୁ ସୂଚୀତ କରାଯାଉ ବୋଲି ‘ୟୁରୋପୀୟ ସଂଘ’କୁ କୁହାଯାଇଥିଲା। ସୂଚନାଯୋଗ୍ୟ, ନୂଆ ‘ଗ୍ରିନ୍‌ ପାସ୍‌’ ଯୋଜନା ଅନୁସାରେ, ‘କୋଭିସିଲ୍‌ଡ୍‌’ ଟିକା ନେଇଥିବା ଲୋକମାନଙ୍କୁ ‘ୟୁରୋପୀୟ ସଂଘ’ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରବେଶ କରିବା ଲାଗି ଅନୁମତି ମିଳିବ ନାହିଁ।

Image Courtesy of NDTV

‘ୟୁରୋପିଆନ୍‌ ମେଡିସିନ୍‌ସ୍‌ ଏଜେନ୍‌ସି’ଦ୍ବାରା ଗୃହୀତ ‘ଫାଇଜର୍‌’, ‘ମଡର୍ଣ୍ଣା’, ‘ଆଷ୍ଟ୍ରାଜେନିକା’ ଏବଂ ‘ଜାନ୍‌ସେନ୍‌’ ଆଦି ଟିକାକୁ ‘ୟୁରୋପୀୟ ସଂଘ’ ରାଷ୍ଟ୍ରମାନେ ଗ୍ରହଣ କରୁଛନ୍ତି। କିନ୍ତୁ, ‘ଆଷ୍ଟ୍ରାଜେନିକା’ର ଭାରତୀୟ ସଂସ୍କରଣ ‘କୋଭିସିଲ୍‌ଡ୍‌’କୁ ଏଯାବତ୍‌ ଅନୁମୋଦନ ମିଳିନାହିଁ।

ଏଭଳି ବାଛବିଚାର ସମ୍ବନ୍ଧରେ ପଚରା ଯିବାରୁ ‘ୟୁରୋପିଆନ୍‌ ୟୁନିୟନ୍‌’ର ଭାରତସ୍ଥିତ ରାଷ୍ଟ୍ରଦୂତ କହିଛନ୍ତି, ଟିକାର ନିଜସ୍ବ ଗୁଣକୁ ଆଧାର କରି ରୀତିମତେ ପ୍ରତ୍ୟେକ ଟିକାକୁ ଅନୁମୋଦନ କରାଯାଇଥାଏ।

‘କୋଭିସିଲ୍‌ଡ୍‌’ର ଅନୁମୋଦନ ଲାଗି ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ୟୁରୋପୀୟ ଅଂଶୀଦାର ‘ଆଷ୍ଟ୍ରାଜେନିକା’ ଜରିଆରେ ‘ୟୁରୋପୀୟ ସଂଘ’କୁ ଆବେଦନ କରିଥି‌ଲା। କିନ୍ତୁ, ‘ୟୁରୋପିଆନ୍‌ ମେଡିସିନ୍‌ସ୍‌ ଏଜେନ୍‌ସି’ ତାହା ଗ୍ରହଣ କରିନାହିଁ।

The post ‘କୋଭିସିଲ୍‌ଡ୍‌’ ଓ ‘କୋଭାକ୍ସିନ୍‌’ ଗ୍ରହଣ କର, ନତୁବା ବାଧ୍ୟତାମୂଳକ ‘କ୍ବାରେଣ୍ଟିନ୍‌’ର ସମ୍ମୁଖୀନ ହେବ: ‘ୟୁରୋପୀୟ ସଂଘ’କୁ କହିଲା ଭାରତ first appeared on Sambad.

from କରୋନା | Sambad https://ift.tt/3qFkOyB