ନୂଆଦିଲ୍ଲୀ : ଦେଶରେ ୬୦ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୬୦,୭୫୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୯,୮୨୩,୫୪୬ରେ ପହଞ୍ଚିଛି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୧୬୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ୯୭,୭୪୩ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁସଂଖ୍ୟା ଏବଂ ଆରୋଗ୍ୟଙ୍କ ସଂଖ୍ୟା ଯଥାକ୍ରମେ ୩୮୫,୧୩୭ ଏବଂ ୨୮,୬୭୮,୩୯୦ରେ ପହଞ୍ଚିଛି। ଲଗାତାର ୩୭ ଦିନ ଧରି ଆରୋଗ୍ୟଙ୍କ ସଂଖ୍ୟା ନୂଆ ମାମଲାଠାରୁ ଅଧିକ ରହୁଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୨.୬୮ ପ୍ରତିଶତ। ୭୪ ଦିନ ପରେ ସକ୍ରିୟ ମାମଲା ୭୬୦,୦୧୯ ରହିଛି।

ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ୫ ରାଜ୍ୟରୁ ୬୯ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। ନୂଆ ମାମଲାର ୧୮.୭ ପ୍ରତିଶତ କେରଳରେ ଚିହ୍ନଟ ହୋଇଛି। ସର୍ବାଧିକ ନୂଆ ସଂକ୍ରମଣ ମାମଲା ଥିବା ଏହି ୫ଟି ରାଜ୍ୟ ହେଉଛି କେରଳ (୧୧,୩୬୧), ମହାରାଷ୍ଟ୍ର (୯,୭୯୮), ତାମିଲନାଡ଼ୁ (୮,୬୩୩) ଆନ୍ଧ୍ରପ୍ରଦେଶ (୬,୩୪୧) ଏବଂ କର୍ଣ୍ଣାଟକ‌ରେ ମାମଲା ୫,୭୮୩ ରହିଛି। ଶୁକ୍ରବାର ତୁଳନାରେ ଶନିବାର ୬୦ ଅଧିକ କରୋନା ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧.୯ ନିୟୁତରୁ ଅଧିକ ନମୁନା ପରୀକ୍ଷା ହୋଇଛି। ଦେଶରେ ଏଯାବତ୍‌ ୩୮୯,୨୦୭,୬୩୭ ନମୁନା ପରୀକ୍ଷା ହୋଇଛି।

The post ୫ ରାଜ୍ୟରୁ ୬୯% ନୂଆ ମାମଲା, ୬୦,୭୫୩ ନୂଆ ସଂକ୍ରମିତ first appeared on Sambad.

from କରୋନା | Sambad https://ift.tt/3gJMlKQ