
ବାଲିପାଟଣା: କରୋନାରେ ଆଜି ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପବିତ୍ର ଭୋଇ ( ୪୨ )। ପ୍ରାପ୍ତ ସୂଚନା ଅନୁଯାଇ, ନରିଶୋ ପଞ୍ଚାୟତ ବଡ଼ ପୋଖରୀ ଗ୍ରାମର ପବିତ୍ର ଭୋଇ ଦୀର୍ଘ ୮ ବର୍ଷ ହେଲା ଖଜୁରୀଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ।ସେ ଜଣେ ଏକ୍ସ କ୍ୟାଡ଼ରର ଶିକ୍ଷକ ଥିଲେ। ଗତ କିଛି ଦିନ ତଳେ ପବିତ୍ରଙ୍କୁ ଥଣ୍ଡା ଜର ହୋଇଥିଲା। ସେ କୋଭିଡ଼ ଟେଷ୍ଟ କରିଥିଲେ ଏବଂ ପଜିଟିଭ ଚି଼ହ୍ନଟ ପରେ ଘରେ ରହି ନିଆଳୀ ମେଡିକାଲରୁ ମେଡ଼ିସିନ ଖାଉଥିଲେ। ଆଜି ହଠାତ ସେ ଗୁରତର ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କୋଭିଡ ହସ୍ପିଟାଲ ନେଉଥିବା ସମୟରେ ହିଁ ସେ ଆଖି ବୁଜିଦେଇଥିଲେ। ତାଙ୍କ ମୃତ୍ୟୁରେ ବାଲିପାଟଣା ବ୍ଲକ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଆଲୋକ ରଞ୍ଜନ ସାହୁ ଏବଂ ସମ୍ପାଦକ ରଶ୍ମିରଞ୍ଜନ ପଣ୍ଡା ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
The post କରୋନା ନେଲା ଶିକ୍ଷକଙ୍କ ଜୀବନ first appeared on Sambad.from କରୋନା | Sambad https://ift.tt/3pZrTdi
0 Comments