ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରଣାୱତ୍ କୋଭିଡ୍-୧୯+ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ‘ଇନ୍ଷ୍ଟାଗ୍ରାମ୍’ରେ ତାଙ୍କର ପ୍ରଶଂସକ ଓ ଅନୁଗାମୀମାନଙ୍କୁ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସୂଚନା ଦେଇ ସେ ଏ କଥା ଉଲ୍ଲେଖ କରିଛନ୍ତି।
ଯୋଗମୁଦ୍ରାରେ ଉପବିଷ୍ଟ ଫଟୋ ସେୟାର୍ କରି ଅଭିନେତ୍ରୀ ରଣାୱତ୍ କୋଭିଡ୍-୧୯କୁ ‘ତୀବ୍ର ସମାଲୋଚନାର ସରବ୍ୟ ହେଉଥିବା ସାମାନ୍ୟ ସର୍ଦ୍ଦ’ କହିବା ସହ ତାକୁ ବିନାଶ କରିବେ ବୋଲି କହିଛନ୍ତି।
ରଣାୱତ୍ ଲେଖିଛନ୍ତି, ଅଳ୍ପ କିଛି ଦିନ ହେବ ମୋର ଆଖି ସାମାନ୍ୟ ପୋଡୁଥିଲା ଓ ଭାରି ଅବସନ୍ନ ଲାଗୁଥିଲା। ହିମାଚଳ ଯିବାକୁ ମନବଳାଇ ଗତକାଲି ନମୁନା ପରୀକ୍ଷା କରାଇଲି। ମୁଁ ପଜିଟିଭ୍ ବୋଲି ଆଜି ପରୀକ୍ଷା ଫଳରୁ ଜଣାପଡ଼ିଲା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ‘କ୍ବାରେଣ୍ଟିନ୍’ରେ ରହିଲିଣି। ଏ ଭୂତାଣୁ ମୋ ଶରୀରରେ ‘ପାର୍ଟି’ କରୁଛି ବୋଲି ଧାରଣା ନ ଥିଲା। ଏବେ ମୁଁ ତାକୁ ବିନାଶ କରିବି। ଆପଣମାନଙ୍କ ଉପରେ ପରାକ୍ରମ ଦେଖାଇବାକୁ କାହାରିକୁ ସୁଯୋଗ ଦିଅନ୍ତୁ ନାହିଁ। ଆପଣ ନିଷ୍ଠାପର ଥିଲେ ଆପଣକୁ ଅଧିକ ଭୟଭୀତ କରାଯିବ। ଚାଲନ୍ତୁ, ଏଇ କୋଭିଡ୍-୧୯କୁ ଧ୍ବଂସ କରିଦେବା। ଅଳ୍ପ କେତେକ ଲୋକଙ୍କୁ ଭୟଭୀତ କରି ତୀବ୍ର ସମାଲୋଚନାର ସରବ୍ୟ ହେଉଥିବା ସ୍ବଳ୍ପକାଳୀନ ସର୍ଦ୍ଦ ଛଡ଼ା ଏଇଟା ଅନ୍ୟ କିଛି ନୁହେଁ। ହର ହର ମହାଦେବ।
ସୂଚନାଯୋଗ୍ୟ, ଗାଇଡ୍ଲାଇନ୍ ଉଲ୍ଲଂଘନ କରି ଟୁଇଟ୍ ପୋଷ୍ଟ୍ କରିବାରୁ କଙ୍ଗନାଙ୍କ ଟୁଇଟର୍ ହ୍ୟାଣ୍ଡଲ୍ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି।
The post କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହେଲେ କଙ୍ଗନା ରଣାୱତ୍ first appeared on Sambad.from କରୋନା | Sambad https://ift.tt/3vRFJjo
0 Comments