
ନୂଆଦିଲ୍ଲୀ : ଆଗାମୀ କିଛି ଦିନ ଭିତରେ ଦେଶରେ ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶମଣ୍ଡଳୀ ଦ୍ବାରା ପ୍ରସ୍ତୁତ ଗାଣିତିକ ନମୁନା ଆଧାରରେ ଭବିଷ୍ୟବାଣୀ କରାଯାଇଛି। ଅପରପକ୍ଷେ, ବିଗତ ଦୁଇ ଦିନ ହେଲା ଦେଶରେ ଦୈନିକ ସଂକ୍ରମଣ ୪.୧ ଲକ୍ଷ ଉପରେ ରହିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ୩୯୦୦ରୁ ଅଧିକ ରହିଛି। ବର୍ତ୍ତମାନ ସ୍ଥିତିରେ ସଂକ୍ରମଣର ଶୀର୍ଷ ଗଣନା କରିବା ଜଟିଳ ହୋଇପଡ଼ିଛି ବୋଲି ଏହି ଗାଣିତିକ ମଡେଲର ଅନ୍ୟତମ ସଂଯୋଜକ ତଥା ହାଇଦ୍ରାବାଦ ଆଇଆଇଟିର ପ୍ରଫେସର ମଥୁକୁମାଲି ବିଦ୍ୟାସାଗର କହିଛନ୍ତି। ଗତମାସ ମଧ୍ୟଭାଗ ଆଡ଼କୁ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ପ୍ରଫେସର ବିଦ୍ୟାସାଗରଙ୍କ ଦଳ ଗତ ମାସରେ କରିଥିବା ପୂର୍ବାନୁମାନ ଭୁଲ ହୋଇଥିଲେ ହେଁ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍କୁ ଏଡ଼ାଇ ଚାଲିଥିବାରୁ ଏପରି ଗଣନା ଗୁରୁତ୍ବ ବହନ କରୁଛି।
ପ୍ରଫେସର ବିଦ୍ୟାସାଗରଙ୍କ କହିବା କଥା, କାନପୁର ଆଇଆଇଟି ପ୍ରଫେସର ମନୀନ୍ଦ୍ର ଅଗ୍ରଵାଲଙ୍କ ଦ୍ବାରା ପ୍ରସ୍ତୁତ ଉକ୍ତ ମଡେଲ ଅନୁସାରେ, ଚଳିତ ମାସ ମଧ୍ୟଭାଗ ଆଡ଼କୁ ଦେଶରେ ସଂକ୍ରମଣ ଶୀର୍ଷ ଛୁଇଁବ ଏବଂ ଆଗାମୀ ଜୁନ୍ ଶେଷ ବେଳକୁ ଦୈନିକ ସଂକ୍ରମଣ ୨୦ ହଜାରକୁ କମି ଆସିଥିବ। ଅପରପକ୍ଷେ, ଚଳିତ ମାସ ୭ ବେଳକୁ ମଧ୍ୟ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ସେମାନେ ନିକଟରେ ଭବିଷ୍ୟବାଣୀ କରିଥିଲେ ହେଁ ତାହା ଘଟିନାହିଁ। ତେବେ ଏହି ଗାଣିତିକ ମଡେଲରେ ବ୍ୟବହୃତ ବିଭିନ୍ନ ଉପାଦାନ(ପାରାମିଟର)ଗୁଡ଼ିକ ଧାରାବାହିକ ଭାବେ ପରିବର୍ତ୍ତିତ ହେଉଥିବାରୁ ଏପରି ପୂର୍ବାନୁମାନ ଏପଟସେପଟ ହେଉଛି ବୋଲି ସେ କହିଛନ୍ତି।
The post ଦେଶରେ ଖୁବ୍ ଶୀଘ୍ର ଶୀର୍ଷ ଛୁଇଁବ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3bbzRtx
0 Comments