
ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଏବେ କୋଭିଡ୍ ଜନିତ ବ୍ଳାକ୍ ଫଙ୍ଗସ୍ ବା ମ୍ୟୁକୋର୍ମାଇକୋସିସ ମାମଲା ଅଧିକ ଦେଖିବାକୁ ମିଳିଛି। ମହାମାରୀ କୋଭିଡ୍-୧୯ର ଏହା ଏପରି ଏକ ଲକ୍ଷଣ ଯେଉଁଥିରେ ବିଶେଷ କରି ପୂର୍ବରୁ ଶରୀରରେ କୌଣସି ପ୍ରକାର ପ୍ରତ୍ୟଙ୍ଗ ପ୍ରତିରୋପଣ କରିଥିବା ରୋଗୀ, ଆଇସିୟୁରେ ଚିକିତ୍ସାଧୀନ ଥିବା ରୋଗୀ ଓ ବହୁ ଦିନ ଧରି ରୋଗପ୍ରତିରୋଧକତା ଅଭାବର ଶିକାର ହୋଇଥିବା ରୋଗୀମାନେ ହିଁ ମୁତ୍ୟୁମୁଖରେ ପଡ଼ିବା ସାର ହେଉଛି। ବିଗତ ଦୁଇ ଦିନ ଭିତରେ ଉକ୍ତ ଘରୋଇ ଡାକ୍ତରଖାନାରେ ଏପରି ୬ ଜଣ ମ୍ୟୁକୋର୍ମାଇକୋସିସ୍ ରୋଗୀ ଭର୍ତ୍ତି ହୋଇଥିବା ବରିଷ୍ଠ କର୍ଣ୍ଣ-ନାସା-ଗଳା(ଇଏନ୍ଟି) ବିଶେଷଜ୍ଞ ଡା. ମନୀଶ ମୁଞ୍ଜାଲ କହିଛନ୍ତି।
ସୂଚନା ଥାଉ କି, ଗତବର୍ଷ ଦୃଷ୍ଟି ଶକ୍ତି ହରାଇଥିବା ରୋଗୀ ଏବଂ ନାସା ଓ ହନୁହାଡ଼ ଆଦି ନିଷ୍କାସନ କରାଯାଇଥିବା ରୋଗୀଙ୍କ ଭିତରୁ ଅନେକ ଏହି ଘାତକ ସଂକ୍ରମଣରେ ଆଖି ବୁଜିଥିଲେ ବୋଲି ସେ କହିଛନ୍ତି। ତେବେ ଚଳିତବର୍ଷ କୋଭିଡ୍ରେ ସଂକ୍ରମିତ ହେଉଥିବା ମଧୁମେହ ରୋଗୀ ଏବଂ କୋଭିଡ୍ ଚିକିତ୍ସାରେ ବ୍ୟବହୃତ ଶକ୍ତିବର୍ଦ୍ଧକ ହିଁ ଏପରି ମ୍ୟୁକୋର୍ମାଇକୋସିସ୍ର ଅନ୍ୟତମ କାରଣ ହୋଇପାରେ ବୋଲି ଉକ୍ତ ଡାକ୍ତରଖାନାର ଇଏନ୍ଟି ବିଭାଗ ମୁଖ୍ୟ ଡା. ଅଜୟ ସ୍ବରୂପ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ଲକ୍ଷଣ ସାଧାରଣତଃ କୋଭିଡ୍ରୁ ଆରୋଗ୍ୟଲାଭ କରିଥିବା ପୀଡ଼ିତଙ୍କ ଠାରେ ଦେଖାଯାଉଛି ଯେଉଁମାନଙ୍କ ଠାରେ ମଧୁମେହ, ବୃକକ୍ ଓ ହୃତ୍ପିଣ୍ଡ ଆଦି ସମସ୍ୟା ରହିଛି।
The post କୋଭିଡ୍ଜନିତ ଘାତକ ଫଙ୍ଗାଲ୍ ସଂକ୍ରମଣ ବଢ଼ୁଛି first appeared on Sambad.from କରୋନା | Sambad https://ift.tt/2Q1Zl5i
0 Comments