
ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ଲାଗି ଝାରସୁଗୁଡ଼ାରେ ଆଉ ଏକ କୋଭିଡ ହସ୍ପିଟାଲ ନିର୍ମାଣ ହେବ । ଏହି ହସ୍ପିଟାଲ ବନ୍ଧବାହାଲ ଠାରେ ନିର୍ମାଣ ହେବାର ଅଛି । ଏହି କୋଭିଡ ହସ୍ପିଟାଲରେ ୧୨୦ଟି ଶଯ୍ୟା ରହିବ, ଯେଉଁଥିରେ କି ୨୦ଟି ଆଇସିୟୁ ଭେଣ୍ଟିଲେଟର ବ୍ୟବସ୍ଥା ରହିବ । ଝାରସୁଗୁଡ଼ାରେ ପୂର୍ବରୁ ଥିବା କୋଭିଡ ହସ୍ପିଟାଲରେ ୨୦ଟି ଆଇସିୟୁ ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଜଣାଇଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଚିକିତ୍ସା କରିବା ପାଇଁ ୧୯ ଜଣ ପିଜି ଡାକ୍ତର ଓ ଇଣ୍ଟରନର ୮ ଜଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୋଷ୍ଟିଙ୍ଗ ଦିଆଯାଇଛି । ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ବନ୍ଧବାହାଲ ଠାରେ ନୂତନ ହସ୍ପିଟାଲ ପରିଚାଳନା କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଝାରସୁଗୁଡ଼ାରେ ନୂତନ କୋଭିଡ ହସ୍ପିଟାଲର ପରିଚାଳନା ଦାୟିତ୍ୱ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ପରିଚାଳନା ସ୍ୱୀକୃତି ପ୍ରଦାନ କରିଥିବା ପ୍ରଦାନ କରିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରୁଛନ୍ତି ।
ଝାରସୁଗୁଡ଼ା ଠାରେ ଆଉ ଏକ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଏକ ପ୍ରାଇଭେଟ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ପରିଚାଳନା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଠାରୁ ଏହି ଅନୁରୋଧ ପତ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସିବା ପରେ ଏବଂ ବ୍ରଜାରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଓ ସାଂସଦ ସୁରେଶ ପୂଜାରୀ ମଧ୍ୟ ଏହି ପ୍ରସ୍ତାବକୁ ସରକାରଙ୍କୁ ଅନୁମୋଦନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଅନୁରୋଧ କରିଥିଲେ ।
The post ଝାରସୁଗୁଡ଼ାରେ ନିର୍ମାଣ ହେବ ଆଉ ଏକ କୋଭିଡ ହସ୍ପିଟାଲ, ରହିବ ୧୨୦ ଶଯ୍ୟା first appeared on Sambad.from କରୋନା | Sambad https://ift.tt/3o6y8ec
0 Comments