ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ପ୍ରଶାସନ ଦ୍ୱାରା ଉମରକୋଟ ଡିଏନ୍‌କେସ୍ଥିତ ଚାନ୍ଦ କିରାନା ଦୋକାନ ସିଲ କରାଯାଇଛି।  ଏଥି ସହିତ ଦୋକାନ ମାଲିକଙ୍କୁ ୧୦,୦୦୦ ଟଙ୍କା ଜରିମାନା କରାଯାଇଛି। ସୂଚନା ଅନୁଯାୟୀ କରନା ସଂକ୍ରମଣକୁ ରୋକିବା ପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ନିତାନ୍ତ ଆବଶ୍ୟକ ଦୋକାନ ଖୋଲିବାକୁ ନିୟମ ଅଛି। କିନ୍ତୁ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମ ମାନିବା ଦୋକାନୀ ଚିନ୍ତା କରିବାର ନିୟମ୍ ମଧ୍ୟ କରାଯାଇଛି।

ଆଜି ଉମରକୋଟରେ ପୁଲିସ ପେଟ୍ରୋଲିଂ କରିବା ସମୟରେ ଦେଖିବାକୁ ପାଇଲା ଡିଏନ୍‌କେସ୍ଥିତ ଚାନ୍ଦ କିରାନା ଦୋକାନରେ ସରକାରଙ୍କ କୌଣସି ଏସ୍ଓପି ନ ମାନି ବ୍ୟବସାୟ କରୁଥିଲେ। ତେଣୁ ଉମରକୋଟ ତହସିଲଦାର ଡାକ୍ତର ହିମାଞ୍ଚଳ ମାଝୀ ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଦୋକାନ ସିଲ କରିବା ସହ ଫାଇନ ଆଦାୟ କରିଥିଲେ । ଯଦି ସରକାରଙ୍କ ନିୟମକୁ କେହି ଉଲଂଘନ କରନ୍ତି ତାହେଲେ ଆଗକୁ ଆହୁରି କଡାକଡି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଉମରକୋଟ ତହସିଲଦାର ଡାକ୍ତର ହିମାଞ୍ଚଳ ମାଝୀ। ଏହି ସମୟରେ ଅତିରିକ୍ତ ଥାନା ଆଇଆଇସି ଲିମା ରାଜ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

The post ପ୍ରଶାସନ ଦ୍ବାରା ଦୋକାନ ସିଲ୍ ଓ ୧୦,୦୦୦ ଟଙ୍କା ଜରିମାନା first appeared on Sambad.

from କରୋନା | Sambad https://ift.tt/3bgWrkk