
ଭୁବନେଶ୍ବର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧,୭୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୬୫୬୯ ଚିହ୍ନଟ ହୋଇଥିବା ବେଳେ ୫୧୬୩ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
Covid-19 Report For 15th May
New Positive Cases: 11732
In quarantine: 6569
Local contacts: 5163(Details of local contacts will be shared by concerned Dist Administration)
District Wise Cases:
1. Angul: 700
2. Balasore: 472
3. Bargarh: 363
4. Bhadrak: 414
5. Balangir: 401— I & PR Department, Odisha (@IPR_Odisha) May 16, 2021
ଅପରପକ୍ଷରେ ଅନୁଗୁଳରୁ ୭୦୦, ବରଗଡ଼ରୁ ୪୧୪, ଭଦ୍ରକରୁ ୪୧୪, ବାଲେଶ୍ୱରରୁ ୪୭୨, ବଲାଙ୍ଗୀରରୁ ୪୦୧, ବୌଦ୍ଧରୁ ୨୭୭, ଦେବଗଡ଼ରୁ ୧୨୯, ଢେଙ୍କାନାଳରୁ ୧୫୩, ଗଜପତିରୁ ୭୭, ଗଞ୍ଜାମରୁ ୨୫୯, ଜଗତସିଂହପୁରରୁ ୩୩୦, ଯାଜପୁରରୁ ୩୮୩, ଝାରସୁଗୁଡ଼ାରୁ ୩୯୧ , କଳାହାଣ୍ଡିରୁ ୨୭୪, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୧୩୯, କେନ୍ଦୁଝରରୁ ୨୨୦, କୋରାପୁଟରୁ ୨୮୯, ମାଲକାନଗିରିରୁ ୧୪୫, ମୟୂରଭଞ୍ଜରୁ ୪୧୮, ନବରଙ୍ଗପୁରରୁ ୪୧୭, ନୟାଗଡ଼ରୁ ୨୬୧, ନୂଆପଡ଼ାରୁ ୨୨୦, ପୁରୀରୁ ୩୯୦, ରାୟଗଡ଼ାରୁ ୨୪୫, ସମ୍ବଲପୁରରୁ ୫୩୮, ସୋନପୁରରୁ ୨୫୮, ସୁନ୍ଦରଗଡ଼ରୁ ୬୪୧ଜଣ ଓ ଷ୍ଟେଟ୍ ପୁଲରୁ ୨୬୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ୧୨୨୨୪ରେ ପହଞ୍ଚିଥିବା ବେଳେ ୫,୦୨,୪୫୫ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧ଲକ୍ଷ ୭୪୦୩ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି।
The post ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧,୭୩୨ଜଣ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ first appeared on Sambad.from କରୋନା | Sambad https://ift.tt/33OiIlI
0 Comments