
ଗତ ଏପ୍ରିଲ ୨୫ ତାରିଖରୁ କରୋନା ଭୂତାଣୁ ଦ୍ବାରା ବିଶ୍ବରେ ଦୈନିକ ଯେତିକି ସଂକ୍ରମଣ ହେଉଛି ତା’ର ୪୦ ପ୍ରତିଶତରୁ ଅଧିକ ହେଉଛି ଭାରତରେ। ଦିନେ ଦିନେ ଭାରତରେ ଏହି ସଂକ୍ରମଣ ୫୦ ପ୍ରତିଶତକୁ ବି ଟପିଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ତଥ୍ୟ ଅନୁସାରେ ମେ ୪, ୫, ୧୦, ୧୧ ଓ ୧୨ରେ ଭାରତ ଅବଶିଷ୍ଟ ବିଶ୍ବ ଅପେକ୍ଷା ଅଧାରୁ ଅଧିକ ସଂକ୍ରମଣ ହୋଇଥିବାର ରିପୋର୍ଟ ଦେଇଛି। ମେ ୪ରୁ ଭାରତ ମଧ୍ୟ ମୋଟ କୋଭିଡ୍ ମୃତ୍ୟୁର ୩୦ ପ୍ରତିଶତରୁ ଅଧିକ ମୃତ୍ୟୁ ଭାରତରେ ହୋଇଥିବାର ରିପୋର୍ଟ ଦେଇଛି। ଏଗୁଡ଼ିକ କେବଳ ରିପୋର୍ଟ ହୋଇଥିବା ମୃତ୍ୟୁସଂଖ୍ୟା। ଅନେକ ବିଶେଷଜ୍ଞଙ୍କ ମତରେ ବାସ୍ତବ ସଂଖ୍ୟା ଏହାଠାରୁ ବହୁ ଅଧିକ।
The post ବିଶ୍ୱ ସଂକ୍ରମଣର ଅଧା ଓ ମୃତ୍ୟୁର ତୃତୀୟାଂଶ ଭାରତରେ ଘଟୁଛି first appeared on Sambad.ବିଶ୍ବ ସଂକ୍ରମଣରେ ସର୍ବାଧିକ ଅଂଶୀଦାର ଭାରତ
ଦୈନିକ ବିଶ୍ବ ସଂକ୍ରମଣର ପାଖାପାଖି ଅଧା ସଂକ୍ରମିତ ହୋଇଥିବା କେବଳ ଗୋଟିଏ ଅନ୍ୟ ଦେଶ ରହିଛି ଏବଂ ତାହା ହେଉଛି ଆମେରିକା। ଦୈନିକ ବିଶ୍ବ ସଂକ୍ରମଣର ପ୍ରାୟ ୪୭ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମିତ ହେବା ଯାଏ ଏହି ଦେଶ ଯାଇଥିଲା। କିନ୍ତୁ ଭାରତ ଏହି ଦ୍ବିତୀୟ ଲହରରେ ଅର୍ଦ୍ଧଶତ ସୀମା ଅତିକ୍ରମ କରି ୫୪ ପ୍ରତିଶତକୁ ଛୁଇଁଛି।୨୦୨୦ ମାର୍ଚ୍ଚ ୧୪ ପୂର୍ବରୁ ଯେତେବେଳେ ଦୈନିକ ବିଶ୍ବ ସଂକ୍ରମଣ ୧୦,୦୦୦ ସୀମା ଟପିଲା ଏବଂ ସଂକ୍ରମଣ ସଂଖ୍ୟା କମ୍ ଥିଲା, ସେତେବେଳେ ସାମାନ୍ୟ ପରିବର୍ତ୍ତନ ବି ବିଶ୍ବର ଚିତ୍ର ବଦଳେଇ ଦେଇପାରିଥାନ୍ତା। ସେତେବେଳେ ଚୀନ୍, ଦକ୍ଷିଣ କୋରିଆ, ଜାପାନ ଓ ଥାଇଲାଣ୍ଡ ଅର୍ଦ୍ଧଶତ ସୀମା ଅତିକ୍ରମ କରିଥିଲେ।
from କରୋନା | Sambad https://ift.tt/3hFrjPx
0 Comments