ନୂଆଦିଲ୍ଲୀ: ‘ବ୍ଲାକ୍‌ ଫଙ୍ଗସ୍‌’ ଗୋଟାଏ ନୂଆ ଚାଲେଞ୍ଜ୍‌ ଏବଂ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ବୋଲି ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀର ସ୍ବାସ୍ଥ୍ୟକର୍ମୀଙ୍କୁ ଭର୍ଚ୍ୟୁଆଲ୍‌ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସେ ପୁଣି କହିଛନ୍ତି ଯେ, କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ କ୍ରମଶଃ ଏହି ମାରାତ୍ମକ ରୋଗଦ୍ବାରା ଅଧିକ ଆକ୍ରାନ୍ତ ହେଲେଣି। କରୋନାଭାଇସ୍‌ ଗୋଟାଏ ଅଦୃଶ୍ୟ ତଥା ବହୂରୂପୀ ଭୂତାଣୁ ସଦୃଶ। ତେଣୁ, କୋଭିଡ୍‌ ବିରୋଧୀ ଦୀର୍ଘ ଯୁଦ୍ଧରେ ଟିକାକରଣ ଗଣଆନ୍ଦୋଳନ ହେବା ଉଚିତ।

ଏହି ଭୂତାଣୁ ଆମ ଠାରୁ ଅନେକ ବ୍ୟକ୍ତିଙ୍କୁ ଛଡ଼ାଇ ନେଇଛି। କରୋନା କାରଣରୁ ଯେଉଁମାନେ ପ୍ରିୟପରିଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକବ୍ୟକ୍ତ କରୁଛି।

Image Courtesy of NDTV

କରୋନାଭାଇରସ୍‌ ସଙ୍କଟ କ୍ଷଣରେ ଯୋଗ ଓ ଆୟୁଷ ଜନତାଙ୍କ ସାମର୍ଥ୍ୟ ବୃଦ୍ଧି କରିଛି। କିନ୍ତୁ, ମନମୋଟିଆ ହେବାର ସମୟ ଏ ନୁହେଁ। ଆଗକୁ ଆହୁରି ଦୀର୍ଘ ଦିନ ଲଢ଼ିବା ପାଇଁ ପଡ଼ିବ।

ମଫସଲ ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଲେ, ‘ରୋଗ ଯେଉଁଠି, ଉପଚାର ସେଇଠି’ ହେଉଛି ଆମର ମନ୍ତ୍ର। ଲୋକମାନଙ୍କୁ ଯେତେ ସୁସ୍ଥ କରିବା ଆମର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରୁ ସେତିକି ବୋଝ ହାଲୁକା ହେବ।

ପିଲାମାନଙ୍କ ପ୍ରତି ଥିବା ବିପଦ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହ କହିଛନ୍ତି ଯେ, କୋଭିଡ୍‌-୧୯ କବଳରୁ ସେମାନଙ୍କୁ ନିରାପଦ ରଖିବା ଆବଶ୍ୟକ।

The post ‘ବ୍ଲାକ୍‌ ଫଙ୍ଗସ୍‌’ ଗୋଟାଏ ନୂଆ ଚାଲେଞ୍ଜ୍‌, ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.

from କରୋନା | Sambad https://ift.tt/3fvpy4S