
ବୋଲଗଡ଼: ଆଜି ଜଣେ କରୋନା ସଂକ୍ରମିତଙ୍କ ମୃତଦେହ ପ୍ରାୟ ୧୦ ଘଣ୍ଟା ଧରି ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ିରହିବାରୁ ରୋଗୀ ସେବା ପ୍ରଭାବିତ ହୋଇଥିଲା। ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ସଂକ୍ରମଣ ଭୟରେ ହସ୍ପିଟାଲ୍ ଭିତରକୁ ପଶିବାକୁ ଭୟ କରିଥିଲେ। ରାତି ୮ଟା ପରେ ଶବ ଉଠିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ନୟାଗଡ଼ ଜିଲ୍ଲା ଅଞ୍ଚଳରଏହି ଯୁବକଜଣଙ୍କ ବୋଲଗଡ଼ ବ୍ଲକ୍ କଳଙ୍ଗ ଗ୍ରାମସ୍ଥିତ ଶ୍ବଶୁର ଘରେ ରହୁଥିଲେ। ମାତ୍ର ତାଙ୍କର ଦେହ ଅସୁସ୍ଥ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜିଲ୍ଲା ତଥା ବ୍ଲକ୍ ପ୍ରଶାସନକୁ ଏହି ସୂଚନା ଦିଆଯାଇଥିଲା। ମୃତଦେହ ନେବା ପାଇଁ ପରିବାର ଲୋକେ ଗାଡ଼ି ବ୍ୟବସ୍ଥା ନ କରିବାରୁ ପ୍ରଶାସନ ପକ୍ଷରୁ ରାତି ୯ଟା ବେଳକୁ ଗାଡ଼ି ଆସିଥିଲା।
The post ହସ୍ପିଟାଲ୍ରେ ୧୦ ଘଣ୍ଟା ପଡ଼ିରହିଲା ମୃତଦେହ first appeared on Sambad.from କରୋନା | Sambad https://ift.tt/33VeQPB
0 Comments