
ଭୁବନେଶ୍ବର : ରାଜଧାନୀରେ ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ସୁସ୍ଥଙ୍କ ସଂଖ୍ୟା ହଜାରେ ଟପିଛି। ଦୈନିକ ସଂକ୍ରମଣ ସଂଖ୍ୟା ୧୦୩୪ ଥିବା ବେଳେ ୧୦୧୯ଜଣ ସୁସ୍ଥ ହୋଇଛନ୍ତି। ଶନିବାର କୌଣସି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇ ନଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।
ବିଏମ୍ସିର ସୂଚନା ଅନୁଯାୟୀ, ପଟିଆରୁ ସର୍ବାଧିକ ୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଲ୍ଲୀରୁ ୬୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମଡୁମାରୁ ୩୮ଜଣ, ଚନ୍ଦ୍ରଶେଖରପୁରରୁ ୩୯ଜଣ, ଲକ୍ଷ୍ମୀସାଗରରୁ ୪୬ଜଣ, ଖଣ୍ଡଗିରିରୁ ୪୫ଜଣ, ବଡଗଡ଼ରୁ ୧୭ଜଣ, ବିଜେବି ନଗରରୁ ୨୨ଜଣ, ଝାରପଡ଼ାରୁ ୩୦ଜଣ, ମଞ୍ଚେଶ୍ବରରୁ ୨୨ଜଣ, ନୀଳାଦ୍ରିବିହାରରୁ ୨୦ଜଣ, ସତ୍ୟନଗରରୁ ୧୧ଜଣ, ପୋଖରୀପୁଟରୁ ୧୪ଜଣ, ଶାସ୍ତ୍ରୀନଗରରୁ ୧୩ଜଣ, ୟୁନିଟ୍-୬ରୁ ୧୫ଜଣ, ପୁରୁଣା ଭୁବନେଶ୍ବରରୁ ୪୬ଜଣ, ରସୁଲଗଡ଼ରୁ ୩୨ଜଣ, ସୁନ୍ଦରପଦାରୁ ୨୪ଜଣ, ୟୁନିଟ-୮ରୁ ୩୦ଜଣ, ଶୈଳଶ୍ରୀବିହାରରୁ ୨୭ଜଣ, ୟୁନିଟ-୯ରୁ ୨୮ଜଣ, ସହିଦନଗରରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବହୁ ସ୍ଥାନରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜଧାନୀରେ ସୁସ୍ଥ ସଂଖ୍ୟା ହଜାରେ ଟପିଲା first appeared on Sambad.କରୋନାରେ ଆଖି ବୁଜିଲେ ଶିକ୍ଷକ
ତ୍ରିଶୁଳିଆ : କରୋନା ନେଇଛି ଆଉ ଜଣେ ଶିକ୍ଷକଙ୍କ ଜୀବନ। ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ବୀରକିଶୋର ମହାନ୍ତିଙ୍କର ଆଜି ଭୁବନେଶ୍ବରସ୍ଥିତ ସମ୍ କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ଖବର ଜଣାପଡ଼ିବା ପରେ ଶିକ୍ଷକଙ୍କ ସମେତ ବେଲଗଛିଆ, ଜୟପୁର, ନରଣପୁର, ଗୋଠପୁର ତଥା ବାରଙ୍ଗ ଅଳର ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ୬/୭ଦନି ପୂର୍ବେ ସାମାନ୍ୟ ଜ୍ବର ଏବଂ ଥଣ୍ତା ହେବା ପରେ ସେ ସଂଗରୋଧରେ ରହିଥିଲେ। ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ କୋଭିଡ୍ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ଗତ ସୋମବାର ରାତିରେ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
from କରୋନା | Sambad https://ift.tt/3hcaX0B
0 Comments