
ବାଲିଅନ୍ତା : ସ୍ଥାନୀୟ ବାଳକାଟିସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀମାନଙ୍କ ଚିକିତ୍ସା ସେବାକୁ ସହଜ ଓ ସରଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ହସ୍ପିଟାଲ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଏଣିକି ହସ୍ପିଟାଲ ବାହାରେ ଅପେକ୍ଷା କରି ରହୁଥିବା ସଂପର୍କୀୟମାନଙ୍କୁ ରୋଗୀଙ୍କ ଭଲମନ୍ଦ ଖବର ଜାଣିବାରେ କୌଣସି ସମସ୍ୟା ଉପୁଜିବ ନାହିଁ। ହସ୍ପିଟାଲ ପରିସରରେ ରୋଗୀଙ୍କ ଚିକିତ୍ସାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖାଦେବ ନାହିଁ। ଏନେଇ ସାଇମନ୍ଦିର ନିକଟରେ ହେଲ୍ପ-ଡେସ୍କ ସେବାକୁ ଅଧିକ ତ୍ବରାନ୍ବିତ କରାଯାଇଛି। ସଂପର୍କୀୟମାନେ ହେଲ୍ପ-ଡେସ୍କ ସହାୟତାରେ ରୋଗୀଙ୍କୁ ଫୋନ୍ କରି କିମ୍ବା ଭିଡିଓ କଲ୍ କରି ସେମାନଙ୍କ ଅବସ୍ଥା ସଂପର୍କରେ ଜାଣିପାରିବେ।
ଏନେଇ ଶନିବାର ପୂର୍ବାହ୍ନରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ ଓ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା, ସ୍ବାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀମାନେ ନୀଳାଚଳ ହସ୍ପିଟାଲରେ ପହଞ୍ଚି ରୋଗୀସେବା ତଦାରଖ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କ ସୂଚନା ମୁତାବକ, ସକାଳ ବେଳା ୯ଟାରୁ ୧୨ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ହେଲ୍ପ ଡେସ୍କ ସେବା ଉପଲବ୍ଧ ହେବ। ଫଳରେ ରୋଗୀଙ୍କ ସଂପର୍କରେ ସେମାନଙ୍କର ସଂପର୍କୀୟମାନେ ସବିଶେଷ ସୂଚନା ପାଇପାରିବେ।
The post ନୀଳାଚଳ କୋଭିଡ୍ ହସ୍ପିଟାଲରେ ତ୍ବରାନ୍ବିତ ହେଲା ହେଲ୍ପ-ଡେସ୍କ, ଦିନକୁ ୭ ଘଣ୍ଟା ଖୋଲା ରହିବ first appeared on Sambad.from କରୋନା | Sambad https://ift.tt/2SC9QND
0 Comments