ନୂଆଦିଲ୍ଲୀ: ଭାରତର ସୁପ୍ରିମ୍‌ କୋର୍ଟଙ୍କ ‘ଇ-କମିଟି’ ଶନିବାର ଦିନ ୧୪ଟି ଭାଷାରେ ତା’ର ଗୁରୁତ୍ବପୂର୍ଣ୍ଣ ନାଗରିକକେନ୍ଦ୍ରିକ ସେବା ‘ନିଶୁଳ୍କ ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ରିଲିଜ୍ କରିଛି। ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ଼, ଖାସି, ମାଲୟାଲମ୍‌, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭାଷାର ଏହି ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ଏପର୍ଯ୍ୟନ୍ତ ୫୭ ଲକ୍ଷ ଡାଉନ୍‌ଲୋଡ୍‌ ହୋଇସାରିଲାଣି। ବାଦୀ-ପ୍ରତିବାଦୀ, ନାଗରିକ, ଓକିଲ, ଆଇନ ପ୍ରତିଷ୍ଠାନ, ପୁଲିସ, ସରକାରୀ ଏଜେନ୍‌ସି ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ ବାଦୀ-ପ୍ରତିବାଦୀଙ୍କ ଉପକାର ପାଇଁ ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ବ୍ୟବସ୍ଥା କରାଯାଇଛି।

https://ecommitteesci.gov.in/service/ecourts-services-mobile-application/ ରୁ ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌କୁ ମାଗଣାରେ ଡାଉନ୍‌ଲୋଡ୍‌ କରାଯାଇ ପାରିବ।

Image Courtesy of Jurist org

ଏହି ମାନୁଆଲ୍‌ର ମୁଖବନ୍ଧ ଲେଖିଥିବା ସୁପ୍ରିମ୍‌ କୋର୍ଟ ବିଚାରପତି ତଥା ‘ଇ-କମିଟି’ର ଅଧ୍ୟକ୍ଷ ଡକ୍ଟର୍‌ ଜଷ୍ଟିସ୍‌ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ ଏହି ନିଶୁଳ୍କ ମୋବାଇଲ୍‌ ଆପ୍‌ର ଗୁରୁତ୍ବ ଉପରେ ଗୁରୁତ୍ବାରୋପ କହିଛନ୍ତି, ଆଇନ କ୍ଷେତ୍ରରେ ଡିଜିଟାଲ୍‌ ସଂସ୍କାର ଆଣିବାରେ ସୁପ୍ରିମ୍‌ କୋର୍ଟଙ୍କ ଇ-କମିଟି ଅଗ୍ରଣୀ ରହିଛି। ଗତ ଏକ ବର୍ଷ ହେବ ‘ଲକ୍‌ଡାଉନ୍‌’ ଏବଂ ଜନସ୍ବାସ୍ଥ୍ୟ ସଂକ୍ରମଣ କାରଣରୁ ଅଫିସ୍‌ ଓ ଅଦାଲତ ସବୁ ବନ୍ଦ ରହୁଥିବାରୁ କରୋନାଭାଇରସ୍‌ ମହାମାରୀ ଓକିଲ, ବିଚାରପତି ଓ ବାଦୀ-ପ୍ରତିବାଦୀମାନଙ୍କୁ ‘ହାଇ-ଟେକ୍‌’ ଉପାୟ ଅବଲମ୍ବନ କରିବା ପାଇଁ ବାଧ୍ୟ କରାଇଛି। ଆଇନ ବୃତ୍ତି ଚାଲୁ ରଖିବା ଓ ପରିଚାଳନା କରିବା ଲାଗି ଦୂରରେ ଥାଇ କାମ କରିବା, ଭର୍ଚ୍ୟୁଆଲ୍‌ ଅଦାଲତ, ଡିଜିଟାଲ୍‌ କାର୍ଯ୍ୟସ୍ଥଳୀ ଏବଂ ଇଲେକ୍ଟ୍ରୋନିକ୍‌ ମାମଲା ପରିଚାଳନା ଅବିଚ୍ଛେଦ୍ୟ ଅଂଶ ପାଲଟି ଗଲାଣି। କେବଳ ସାମୟିକ ଭାବେ ନୁହେଁ, ଆମର ଆଇନ ବ୍ୟବସ୍ଥାକୁ ଅଧିକ କାର୍ଯ୍ୟଦକ୍ଷ, ସାମଗ୍ରିକ, ଉନ୍ମୁକ୍ତ ଏବଂ ପରିବେଶ ଉପଯୋଗୀ କରିବା ଲାଗି ଏ ପରିସ୍ଥିତି ଆମକୁ ଦୁର୍ଲଭ ସୁଯୋଗ ଦେଇଛି। ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ହେଉଛି ଏ ଦିଗରେ ଏକ ପଦକ୍ଷେପ।

ସୂଚନାଯୋଗ୍ୟ, ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ସହିତ ସମସ୍ତ ଇ-କୋର୍ଟ ସେବା ଇଣ୍ଟର୍‌ଲିଙ୍କ୍‌ ହୋଇ ରହିଛି।

The post ୧୪ଟି ଭାଷାରେ ନିଶୁଳ୍କ ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ରିଲିଜ୍ କଲେ ସୁପ୍ରିମ୍‌ କୋର୍ଟଙ୍କ ଇ-କମିଟି first appeared on Sambad.

from କରୋନା | Sambad https://ift.tt/3bNrkNJ