
କଟକ: କରୋନାରେ ସଂକ୍ରମିତ ହୋଇ ଓଡ଼ିଆ ସିନେଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସେ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ଥିବାର ସୂଚନା ରହିଛି। ଶାନ୍ତିରାଜ କଟକର ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ଶାନ୍ତିରାଜ ଖୋସଲାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା।
ଶାନ୍ତିରାଜ ଖୋସଲା ଏକାଧାରରେ ଜଣେ ମ୍ୟୁଜିକ୍ ଆରେଞ୍ଜର, ଗୀଟାର ବାଦକ, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଥିଲେ। ସେ ‘ ତୋ’ ବିନା ମୋ କାହାଣୀ ଅଧା’, ‘ଧନରେ ରଖିବୁ ଶପଥ ମୋର, ରଙ୍ଗ ନମ୍ବର, ‘ମୁଁ ସପନର ସୌଦାଗର, ମତେ ଆଣିଦେଲ ଲକ୍ଷେ ଫଗୁଣ, କାଳୀଶଙ୍କର, ତୋର ମୋର ଯୋଡ଼ି ସୁନ୍ଦର, ଏସିପି ରଣବୀର, ଡନ୍ ଆଦି ସମେତ କେତେକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ତାଙ୍କ ସ୍ବରାରୋପିତ ‘ଡେଉଁଛି ମୋ’ ବାଆଁ ଆଖି… ଭଳି ଆଲବମ୍ ଗୀତ ଏବଂ ହେ ବନ୍ଧୁ ବିଦାୟ… ଭଳି ବହୁ ଭଜନ ଶ୍ରୋତାଙ୍କୁ ପାଖରେ ଶାନ୍ତିରାଜଙ୍କୁ ଚିରଦିନ ଅମର ରଖିବ। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।
The post ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି first appeared on Sambad.from କରୋନା | Sambad https://ift.tt/34jEpdl
0 Comments