
ଭୁବନେଶ୍ବର : କରୋନା ସମୟରେ ଏମ୍ସ ଭୁବନେଶ୍ବରରେ ଅଣକୋଭିଡ ରୋଗୀଙ୍କୁ ଭର୍ତ୍ତି କରାଯାଉ ନ ଥିବାରୁ ରୋଗୀସେବା ସଂକୁଚିତ ହୋଇଯାଇଛି। ଫଳରେ ଘରୋଇ ଡାକ୍ତରଖାନାକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ରୋଗୀ। ଏହାକୁ ନେଇ ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆସି) ନିକଟରେ ଦ୍ବାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ।
‘ଏମ୍ସରେ ଭର୍ତ୍ତି ପାଇଁ ନାକେଦମ’ ଶୀର୍ଷକ ‘ସମ୍ବାଦ’ରେ ପ୍ରକାଶିତ ଏକ ରିପୋର୍ଟକୁ ଆଧାର କରି ସେ ଏହି ପିଟିସନ୍ ଦାଖଲ କରିଛନ୍ତି। ପିଟିସନରେ ସେ କହିଛନ୍ତି ଯେ ଗରିବ, ସାଧାରଣ ମଣିଷଙ୍କ ସ୍ବାସ୍ଥ୍ୟ ସେବା ପାଇଁ ୨୦୧୨ ମସିହାରେ ବିଭିନ୍ନ ସୁପର ସ୍ପେସାଲିଷ୍ଟ ବିଭାଗ ସହିତ ଖୋଲିଥିଲା ଏମ୍ସ। ଏଠାକୁ ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ରୋଗୀମାନେ ଚିକିତ୍ସା ପାଇଁ ଆସିଥାଆନ୍ତି। ମାତ୍ର କୋଭିଡ୍ ସମୟରେ ଏମ୍ସ ନିଜର ଅଣକୋଭିଡ୍ ସେବା ବନ୍ଦ କରି ଦେଇଛି। ଏମ୍ସରେ ଅଣକୋଭିଡ୍ ବନ୍ଦ ହେବା ଯୋଗୁଁ ପ୍ରତିଦିନ ଅନେକ ସଂଖ୍ୟାରେ ଗୁରୁତର ରୋଗୀଙ୍କୁ ଫେରାଇ ଦିଆଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପ୍ରତିନିଧିଦଳ ଏହାର ଯାଞ୍ଚ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏନ୍ଏଚ୍ଆର୍ସି ସୁପାରିସ କରନ୍ତୁ ବୋଲି ପିଟିସନରେ ଉଲ୍ଲେଖ ରହିଛି।
The post ଏମ୍ସରେ ଅଣକୋଭିଡ ରୋଗୀ ଭର୍ତ୍ତି ବନ୍ଦ ଘଟଣା: ଜାତୀୟ ମାନବାଧିକାର କମିସନରେ ଅଭିଯୋଗ first appeared on Sambad.from କରୋନା | Sambad https://ift.tt/3c54z82
0 Comments