
ନୂଆଦିଲ୍ଲୀ: ଗତ ଅଳ୍ପ କିଛି ଦିନ ହେବ ଜାତୀୟ ରାଜଧାନୀ ଅଞ୍ଚଳରେ କୋଭିଡ୍-୧୯ ସଂକ୍ରମଣ ହ୍ରାସ ପାଇବା ସତ୍ତ୍ବେ ଦିଲ୍ଲୀ ସରକାର ଆଜି ପୁଣି ସପ୍ତାହକ ପାଇଁ ‘ଲକ୍ଡାଉନ୍’ ବୃଦ୍ଧି କରିଛନ୍ତି। ସଂକ୍ରମଣ ହାର ୫% ତଳକୁ ଆସି ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇ ମେ ୨୪ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ଆଦେଶ ଜାରି କରାଯାଇଛି।
‘ଲକ୍ଡାଉନ୍’ ଘୋଷଣା କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଲେ, ଦିଲ୍ଲୀରେ ଆମେ ଆଉ ସପ୍ତାହକ ପାଇଁ ଲକ୍ଡାଉନ୍ ବୃଦ୍ଧି କରୁଛୁ। ଲକ୍ଡାଉନ୍ ହେତୁ ପରିସ୍ଥିତି ଅନେକ ସୁଧୁରି ଯାଇଛି। କରୋନାଭାଇରସ୍ ସଂକ୍ରମଣ ହାର କମି ଚାଲିଛି। କଟକଣା କୋହଳ କରି କରୋନାଭାଇରସ୍ ସଂଗ୍ରାମରେ ମିଳିଥିବା ସୁଫଳ ହରାଇବାର ଆଶଙ୍କା ଥିବାରୁ ଲକ୍ଡାଉନ୍ ପରିବର୍ଦ୍ଧିତ କରାଯାଇଛି।
ଏପ୍ରିଲ୍ ୧୯ରେ ଜାରି ହୋଇଥିବା ଏହି ଲକ୍ଡାଉନ୍ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଶେଷ ହୋଇଥାଆନ୍ତା, କିନ୍ତୁ ତାହା ମେ ୨୪ ତାରିଖ ସକାଳ ୫ଟାଯାଏଁ ବଳବତ୍ତର ରହିବ। ଗତ ସପ୍ତାହରେ ବନ୍ଦ କରାଯାଇଥିବା ମେଟ୍ରୋ ସେବା ସହ ଅନ୍ୟାନ୍ୟ ସମସ୍ତ କଟକଣା ପୂର୍ବବତ୍ ରହିବ।
ଗତ ଅଳ୍ପ କିଛି ଦିନ ହେବ ଦିଲ୍ଲୀରେ ନୂତନ ସଂକ୍ରମଣ ଓ ପଜିଟିଭିଟି ହାର ଦ୍ରାସ ପାଇ ଚାଲିଛି। ଶନିବାର ସୁଦ୍ଧା ଜାତୀୟ ରାଜଧାନୀରେ ପଜିଟିଭିଟି ହାର ୧୧%କୁ ଖସି ଯାଇଥିଲା।
The post କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ‘ଲକ୍ଡାଉନ୍’ first appeared on Sambad.from କରୋନା | Sambad https://ift.tt/3tRVCVy
0 Comments