
ଭୁବନେଶ୍ବର: ଲକଡାଉନରେ ଘରେ ବସି ପ୍ରିୟ ଟିଭି ସିରିଏଲ ଦେଖୁଥିବା ଲୋକଙ୍କୁ ଏଣିକି ରିପିଟ୍ ଟେଲିକାଷ୍ଟ ଦେଖିବାକୁ ପଡ଼ିପାରେ। କାରଣ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଫିଲ୍ମ ଓ ଟିଭି ସିରିଏଲ ସୁଟିଂକୁ ବନ୍ଦ କରିଦେଇଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଇନଡୋର ଓ ଆଉଟଡୋର ସୁଟିଂକୁ ବନ୍ଦ କରିବା ପାଇଁ ସାନି ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ପୂର୍ବରୁ ଜାରି ହୋଇଥିବା କଟକଣାରେ ସଂଶୋଧନ କରାଯାଇ ଏହି ନୂଆ ନିୟମକୁ ଯୋଡା ଯାଇଛି।
ସୁଟିଂ ବନ୍ଦହେଲେ ଆପଣଙ୍କୁ ଆଉ ନୂଆ ଏପିସୋଡ୍ ଦେଖିବାକୁ ମିଳିନପାରେ। ବରଂ ରିପିଟ ଟେଲିକାଷ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି। ଦିନକୁ ଦିନ କରୋନା ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିଚାଲିଥିବା ବେଳେ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
The post ଫିଲ୍ମ ଓ ଟିଭି ସିରିଏଲ ସୁଟିଂକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର first appeared on Sambad.from କରୋନା | Sambad https://ift.tt/3hvswc3
0 Comments