
ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା କରୁଥିବା ଘରୋଇ ଲ୍ୟାବ୍ ସର୍ଭିସ୍ ଚାର୍ଜ ନାଁରେ ଅଧିକ ଦର କଷିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି। ରାଜ୍ୟର କେତେକ ଘରୋଇ ଲ୍ୟାବ୍ ଘରୁ ନମୁନା ସଂଗ୍ରହ କରିବା ସମୟରେ ଅଧିକ ଦର ନେଉଥିବା ଓ ରିପୋର୍ଟ ପ୍ରଦାନ କରୁ ନ ଥିବା ନଜରକୁ ଆସିବା ପରେ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି।
ଆଜି ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି। ନିର୍ଦ୍ଦେଶାବଳୀ ଅନୁସାରେ, ଆଇସିଏମ୍ଆର ଦ୍ବାରା ସ୍ବୀକୃତିପ୍ରାପ୍ତ ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ଘରୋଇ ଲ୍ୟାବ୍ର ସ୍ବୀକୃତିପ୍ରାପ୍ତ ଲାବୋରେଟାରି ଟେକ୍ନିସିଆନ୍ ବା ଏଲ୍ଟି ହିଁ କେବଳ ଘରୁ ସ୍ବାବ୍ ନମୁନା ସଂଗ୍ରହ କରିପାରିବେ। ଲ୍ୟାବ୍ଗୁଡ଼ିକ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟିକୁ ସେମାନଙ୍କ ତାଲିକା ପ୍ରଦାନ କରିବେ। କୌଣସି ସ୍ବୀକୃତିପ୍ରାପ୍ତ ଲ୍ୟାବ୍ ଅନ୍ୟ ଫ୍ରାଞ୍ଚାଇଜ୍କୁ ସ୍ବାବ୍ ନମୁନା ସଂଗ୍ରହ କରିବା ପାଇଁ ପଠାଇ ପାରିବେ ନାହିଁ। ଅନ୍ୟ ଜିଲ୍ଲାରୁ ସ୍ବାବ୍ ନମୁନା ସଂଗ୍ରହ ନେଇ ଜିଲ୍ଲା ପ୍ରଶାସନ/ମ୍ୟୁନିସିପାଲିଟିକୁ ଜଣାଇବେ।
ସେହିପରି ବାଇଓମେଡିକାଲ ୱେଷ୍ଟ ବା ବିଏମ୍ଡବ୍ଲୁ ଅନୁସାରେ କୋଭିଡ୍ ବର୍ଜ୍ୟକୁ ନଷ୍ଟ କରିବା ଦାୟିତ୍ବ ଲ୍ୟାବ୍ର। ଯଦି କୌଣସି ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତାହାଲେ ରୋଗୀଙ୍କୁ ଏ ସଂପର୍କରେ ସୂଚନା ଦେବା ପୂର୍ବରୁ ତଥ୍ୟ ଆଇସିଏମ୍ଆର ପୋର୍ଟାଲରେ ଅପଲୋଡ୍ କରିବା ସହିତ ଆଇଡିଏସ୍ପି ସେଲ୍ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଟି-ପିସିଆର୍ ପରୀକ୍ଷା ଦର ଧାର୍ଯ୍ୟ କରାଯାଇଥିବା ବେଳେ ଲ୍ୟାବ୍ ଏହାଠାରୁ ଅଧିକ ନେଇପାରିବ ନାହିଁ। ଲ୍ୟାବ୍ ପରିସରରେ ରେଟ୍ ଚାର୍ଟକୁ ପ୍ରଦର୍ଶନ କରିବା ଲାଗି କୁହାଯାଇଛି। ଯଦି ଏଥିରେ କୌଣସି ବ୍ୟତିକ୍ରମ ହେଉଥିବା ନଜରକୁ ଆସିବ, ତାହାଲେ କ୍ଲିନିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
The post ଘରୋଇ ଲ୍ୟାବ୍କୁ ସ୍ବାସ୍ଥ୍ୟ ବିଭାଗର ଚେତାବନୀ, ଧାର୍ଯ୍ୟ ଦରଠାରୁ ଅଧିକ କଷିଲେ ଜରିମାନା first appeared on Sambad.from କରୋନା | Sambad https://ift.tt/2RXfTf7
0 Comments