
ସମ୍ବଲପୁର : ଶୁକ୍ରବାର ଗୋଟିଏ ଦିନରେ ବୁର୍ଲା ଭିମ୍ସାର କୋଭିଡ୍ ହସ୍ପିଟାଲ୍ ଓ ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ବୁର୍ଲା ଭିମ୍ସାରରେ ୧୮ ଜଣ ଏବଂ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଶ୍ବିନୀ ପରିଚାଳିତ କୋଭିଡ୍ ହସ୍ପିଟାଲ୍ରେ ୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ତେବେ, ମୃତକଙ୍କ ମଧ୍ୟରେ ସର୍ବାଧିକ ସମ୍ବଲପୁରର ୧୨ ଜଣ ରହିଛନ୍ତି।
ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ସମ୍ବଲପୁରର ୮ ଜଣ, ବରଗଡ଼ର ୫ ଜଣ, ସୁବର୍ଣ୍ଣପୁର ଓ ଝାରସୁଗୁଡ଼ାର ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀରର ଜଣେ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୫୫ ବର୍ଷୀୟା, ଜଣେ ୨୭ ବର୍ଷୀୟ, ଜଣେ ୬୫ ବର୍ଷୀୟ, ଜଣେ ୬୦ ବର୍ଷୀୟା, ଜଣେ ୬୦ ବର୍ଷୀୟ, ଜଣେ ୫୦ ବର୍ଷୀୟ, ଜଣେ ୪୫ ବର୍ଷୀୟ ଓ ଜଣେ ୫୨ ବର୍ଷୀୟ ରହିଥିବାବେଳେ ବରଗଡ଼ର ଜଣେ ୬୧ ବର୍ଷୀୟ, ଜଣେ ୪୪ ବର୍ଷୀୟ, ଜଣେ ୫୦ ବର୍ଷୀୟା, ଜଣେ ୪୫ ବର୍ଷୀୟ ଓ ଜଣେ ୭୨ ବର୍ଷୀୟ. ସୁବର୍ଣ୍ଣପୁରର ୨ ଜଣ ୬୫ ବର୍ଷୀୟ, ଝାରସୁଗୁଡ଼ାର ଜଣେ ୬୩ ବର୍ଷୀୟ ଓ ଜଣେ ୭୧ ବର୍ଷୀୟା ଏବଂ ବଲାଙ୍ଗୀରର ଜଣେ ୭୧ ବର୍ଷୀୟ ରହିଛନ୍ତି। ଏହି ୧୮ ଜଣ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ମୋଟ୍ ମୃତ୍ୟୁ ସଂଖ୍ୟା ୬୦୪କୁ ବୃଦ୍ଧି ପାଇଛି। ଏଠାରେ ୨୪୫ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।
ସେହିପରି ସମ୍ବଲପୁର ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍ରେ ମୃତ୍ୟୁବରଣ କରିଥିବା ୫ ଜଣ ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁରର ୪ ଜଣ ରହିଥିବାବେଳେ ଝାରସୁଗୁଡ଼ାର ଜଣେ ରହିଛନ୍ତି। ୫ ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୩୨ ବର୍ଷୀୟା, ଜଣେ ୫୦ ବର୍ଷୀୟ, ଜଣେ ୫୫ ବର୍ଷୀୟ ଓ ଜଣେ ୫୩ ବର୍ଷୀୟ ରହିଥିବା ବେଳେ ଝାରସୁଗୁଡ଼ାର ଜଣେ ୪୭ ବର୍ଷୀୟ ଅଛନ୍ତି।
The post ଗୋଟିଏ ଦିନରେ ୨୩ ମୃତ, ସମ୍ବଲପୁରରୁ ସର୍ବାଧିକ ୧୨ ଜଣ first appeared on Sambad.from କରୋନା | Sambad https://ift.tt/3hosm6s
0 Comments