କଟକ: କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ କୋଭିଡ ମେଡିସିନ ସିପ୍ଲା ଟୋସିଲିଜୁମାବର ପ୍ରୟୋଗ ହୋଇଛି। ଏହି ମେଡିସିନ ଡୋନାଲ୍ଡ ଟ୍ରମ୍ପଙ୍କ କୋଭିଡ ଚିକିତ୍ସା ବେଳେ ବ୍ୟବହାର କରାଯାଇଥିଲା । ଏହା ସାଧାରଣତଃ ଏକ ଷ୍ଟେରଏଡ ଜାତୀୟ ଔଷଧ, ଯାହାକୁ ରୋଗୀ ନେବା ପରେ ତାର ଶରୀରରେ କୋଭିଡ ରୋଗ ଧୀରେ ଧୀରେ ଭଲ ହେବା ଆରମ୍ଭ କରେ।
ଜାପାନରେ ଏହାର ବ୍ୟବହାରରେ ଅନେକଙ୍କୁ ସୁଫଳ ମିଳିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସାମି ସଲିମ । କଟକର ଜଣେ କରୋନା ପଜିଟିଭ ଯୁବକ ସାଜିଦ ହୁସେନଙ୍କୁ କଟକ ସିଫା ହସ୍ପିଟାଲରେ ଏହି ମେଡିସିନ ଦିଆଯାଇଛି।
The post ଟ୍ରମ୍ପଙ୍କ କରୋନା ଚିକିତ୍ସାରେ ଯେଉଁ ଔଷଧ ବ୍ୟବହାର ହୋଇଥିଲା କଟକର ଏକ ଘରୋଇ ହସ୍ପିଟାଲରେ ହେଲା ପ୍ରୟୋଗ first appeared on Sambad.from କରୋନା | Sambad https://ift.tt/3uAQDck
0 Comments