ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୧୦୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୨୮ ଜଣ ଓ ସ୍ଥାନୀୟ ଅଂଚଳରୁ ୯୪୬ ଜଣ ସଂକ୍ରମିତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ପଟିଆରୁ ୫୪ ଜଣ, ନୟାପଲ୍ଲୀରୁ ୫୨ ଜଣ, ପୁରୁଣା ଭୁବନେଶ୍ୱରରୁ ୫୦ ଜଣ, ଚନ୍ଦ୍ରଶେଖରପୁରରୁ ୩୯ ଜଣ, ଲକ୍ଷ୍ମୀସାଗରରୁ ୩୪ ଜଣ, ଡୁମଡୁମାରୁ ୩୩ ଜଣ, ବରମୁଣ୍ଡାରୁ ୩୨ ଜଣ, ସହିଦ ନଗରରୁ ୩୧ ଜଣ, ଖଣ୍ଡଗିରିରୁ ୩୦ ଜଣ, ଜୟଦେବ ବିହାରରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ଆଜି ୫୯୯ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ୪୯ ହଜାର ୩୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୩୯ ହଜାର ୬୧୫ ଜଣ । ମୋଟ ୨୭୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ହଜାର ୪୧୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

The post ଭୁବନେଶ୍ୱରରେ କରୋନା: ଆଜି ୧୦୭୪ ଆକ୍ରାନ୍ତ, ୫୯୯ ସୁସ୍ଥ first appeared on Sambad.

from କରୋନା | Sambad https://ift.tt/2Rtiw8x