ନୂଆଦିଲ୍ଲୀ : ବର୍ତ୍ତମାନ ଦିଆଯ଼ାଉଥିବା ଟିକାଗୁଡ଼ିକ ସବୁ ପ୍ରକାରର କରୋନା ଭୁତାଣୁ ପ୍ରକାର (ଭାରିଆଣ୍ଟ) ପାଇଁ ପ୍ରଭାବଶାଳୀ କିନ୍ତୁ ଆଗକୁ କେତେକ ନୂଆ ପ୍ରକାରର ଭୁତାଣୁ ସୃଷ୍ଟି ହେବ, ଯ଼େଉଁଗୁଡ଼ିକ କି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଲୋପ କରି ଗୁରୁତର ରୋଗ ସୃଷ୍ଟି କରିପାରିବ ଏପରି ଭୁତାଣୁର ମୁକାବିଲା ଲାଗି ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ କହିଛନ୍ତି

ନୂଆ ପ୍ରକାରର ଭୁତାଣୁ ମଧ୍ୟ ମନୁଷ୍ୟରୁ ମନୁଷ୍ୟକୁ ହିଁ ସଂକ୍ରମିତ ହୋଇଥାଏ ଏହା ବାୟୁ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ସଂକ୍ରମିତ ହେବାର ପ୍ରମାଣ ନାହିଁ ଭାରତରେ ଓ ସମଗ୍ର ବିଶ୍ବରେ କେତେକ ନୂଆ ପ୍ରକାରର ଭୁତାଣୁ ସୃଷ୍ଟି ହୋଇଛି, କିନ୍ତୁ ସେଗୁଡ଼ିକ ଦ୍ରୁତ ସଂକ୍ରମଣ ଯ଼ୋଗ୍ୟ ହେବାର ସମ୍ଭାବନା କମ ତେବେ ଆଗକୁ କେତେକ ନୂଆ ପ୍ରକାରର ଭୁତାଣୁ ସୃଷ୍ଟି ହେବ, ଯ଼େଉଁଗୁଡ଼ିକ କି ରୋଗପ୍ରତିରୋଧକ ଶକ୍ତିକୁ ପରାଜିତ କରିପାରିବ କିମ୍ବା ଶରୀରରେ ଆହୁରି ଗୁରୁତର ରୋଗ ସୃଷ୍ଟି କରିବ ବୋଲି ରାଘବନ କହିଛନ୍ତି

ଭାରତ ସମେତ ସମଗ୍ର ବିଶ୍ବର ବୈଜ୍ଞାନିକମାନେ ଏପରି ଭୁତାଣୁ ପ୍ରକାରକୁ ଆଗୁଆ ଚିହ୍ନଟ, ସତର୍କତା ପାଇଁ ଓ ସେଗୁଡ଼ିକର ମୁକାବିଲା ପାଇଁ ସଘନ ଗବେଷଣା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି

 

The post ଆଗକୁ ଆହୁରି ବିପଜ୍ଜନକ ପ୍ରକାରର ଭୁତାଣୁ ସୃଷ୍ଟି ହୋଇପାରେ : ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା first appeared on Sambad.

from କରୋନା | Sambad https://ift.tt/33nUj5X