
ଭୁବନେଶ୍ବର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧ ହଜାର ୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ସଙ୍ଗରୋଧରୁ ୬୬୧୧ ଚିହ୍ନଟ ହୋଇଥିବା ବେଳେ ୫୧୯୪ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୯୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
New recoveries: 9329
Cumulative tested: 10825914
Positive: 600492
Recovered: 491674
Active cases: 106471— I & PR Department, Odisha (@IPR_Odisha) May 15, 2021
ଅପରପକ୍ଷରେ ଅନୁଗୁଳରୁ ୬୬୮, ବରଗଡ଼ରୁ ୪୨୧, ଭଦ୍ରକରୁ ୩୦୦, ବାଲେଶ୍ୱରରୁ ୩୦୩, ବଲାଙ୍ଗୀରରୁ ୩୫୮, ମୟୂରଭଞ୍ଜରୁ ୩୭୪, ପୁରୀରୁ ୩୮୮, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୩୨୭ , ବୌଦ୍ଧରୁ ୨୪୬, ଦେବଗଡ଼ରୁ ୧୦୯, ଢେଙ୍କାନାଳରୁ ୨୮୦, ଗଜପତିରୁ ୧୧୫, ଗଞ୍ଜାମରୁ ୩୩୧, କୋରାପୁଟରୁ ୧୯୬, ଜଗତସିଂହପୁରରୁ ୨୭୪, ଯାଜପୁରରୁ ୩୯୨, କଳାହାଣ୍ଡିରୁ ୩୭୭, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୧୪୭, କେନ୍ଦୁଝରରୁ ୧୮୮, ମାଲକାନଗିରିରୁ ୯୪, ନବରଙ୍ଗପୁରରୁ ୨୩୯, ନୟାଗଡ଼ରୁ ୨୮୦, ନୂଆପଡ଼ାରୁ ୩୦୭, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୫୫୩, ସୋନପୁରରୁ ୨୧୪, ସୁନ୍ଦରଗଡ଼ରୁ ୧୨୦୯ଜଣ ଓ ଷ୍ଟେଟ୍ ପୁଲରୁ ୨୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ୪୯୨ରେ ପହଞ୍ଚିଥିବା ବେଳେ ୪,୯୧,୬୭୪ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧ଲକ୍ଷ ୬୪୭୧ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି।
The post ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧ ହଜାର ୮୦୫ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୪ first appeared on Sambad.from କରୋନା | Sambad https://ift.tt/2Rn4gOT
0 Comments