ଘଟଗାଁ: କରୋନା ମହାମାରୀର ଦ୍ବିତୀୟ ଲହରକୁ ରୋକିବା ପାଇଁ ରାଜ୍ୟରେ ଆଜିଠାରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ଯୋଗୁଁ ଘଟଗାଁ ମା’ ତାରିଣୀ ମନ୍ଦିର ଉପରେ ନିର୍ଭର କରି ବ୍ୟବସାୟ କରୁଥିବା ଛୋଟବଡ଼ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। କରୋନା ପାଇଁ ଦୀର୍ଘ ୧୦ ମାସ ଧରି ମା’ ତାରିଣୀ ମନ୍ଦିର ବନ୍ଦ ରହିବା ଯୋଗୁଁ ଏହା ଉପରେ ନିର୍ଭର କରି ଚଳୁଥିବା ୫୦୦ରୁ ଊର୍ଦ୍ଧ୍ବ ଦୋକାନୀଙ୍କ କାରବାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା।

ଜାନୁୁଆରି ୧୮ ତାରିଖରୁ ମନ୍ଦିର ଖୋଲିବା ପରେ‌ କିଛିଟା ଆଶ୍ବସ୍ତି ମିଳିଥିଲା। ରାଜ୍ୟର କୋଣଅନୁକୋଣରୁ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଆସିଥିଲେ। ଯାହା ବ୍ୟବସାୟ ହେଉଥିଲା ସେଥିରେ ପରିବାର ‌ଯେଣତେଣ ପ୍ରକାରେ ଚଳି ଯାଉଥିଲା। ବର୍ତ୍ତମାନ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବାରୁ ମନ୍ଦିର ଆଗରେ ଥିବା ୨୦୦ ଭୋଗ ଦୋକାନ, ନଡ଼ିଆ କୋରା, ନଡ଼ିଆ ତେଲ, ଛୋଟବଡ଼ ହୋଟେଲ ବ୍ୟବସାୟୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯଦିଓ ଲକ୍‌ଡାଉନ୍‌ ୧୪ ଦିନ ପାଇଁ ଜାରି କରାଯାଇଛି, ମାତ୍ର ଆଗକୁ ଏହା ବଢ଼ିବାର ଆଶଙ୍କା ରହିଛି। ସେହିିପରି ଲକ୍‌ଡାଉନ୍‌ର ପ୍ରଥମ ଦିନରେ ଆଜି ଘଟଗାଁ ବଜାର ଶୂନ୍‌ଶାନ୍‌ ରହିଥିଲା। କାଁଭାଁ ତେଜରାତି ଓ ପରିବା ଦୋକାନ ଖୋଲାଥିଲେ ମଧ୍ୟ ଗ୍ରାହକଙ୍କୁ ଦେଖିବାକୁ ମିଳିନଥିଲା।

The post ଲକ୍‌ଡାଉନ୍‌: ଜୀବିକାକୁ ନେଇ ଚିନ୍ତାରେ ୫୦୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ first appeared on Sambad.

from କରୋନା | Sambad https://ift.tt/3ejMXqE