
ନୂଆଦଲ୍ଲୀ : ଚଳିତ ମାସ ୭ ବେଳକୁ ଭାରତ ଏହାର କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣର ଶୀର୍ଷ ଛୁଇଁବ ବୋଲି ସରକାରଙ୍କ କୋଭିଡ୍-୧୯ ସ୍ଥିତିର ପୂର୍ବାନୁମାନ ପାଇଁ ଉଦ୍ଦିଷ୍ଟ ଗାଣିତିକ ନମୁନାର ପ୍ରମୁଖ ବିଶେଷଜ୍ଞ ପ୍ରଫେସର ଏମ୍ ବିଦ୍ୟାସାଗର ଭବିଷ୍ୟବାଣୀ କରିଛନ୍ତି। ଯଦି ସାମଗ୍ରିକ ଭାବେ ସାରା ଦେଶର ସଂକ୍ରମଣ ଜନିତ ସ୍ଥିତିକୁ ବିଚାରକୁ ନିଆଯାଏ, ତେବେ ଚଳିତ ସପ୍ତାହରେ ସଂକ୍ରମଣରେ ହ୍ରାସ ଦେଖାଦେବ ବୋଲି ସେ ଅନୁମାନ ଲଗାଇଛନ୍ତି। ତାଙ୍କ କହିବା ଅନୁସାରେ, ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ କମିବା ବଢ଼ିବା ଲାଗି ରହିଥିବାରୁ ସାତଦିନର ହାରାହାରି ସଂକ୍ରମଣକୁ ସେ ବିଚାରକୁ ନେଇଛନ୍ତି। ତଦନୁସାରେ ଦେଶର ମୋଟ ସକ୍ରିୟ ମାମଲା ଏବଂ ଦୈନିକ ସଂକ୍ରମଣ ଶୀର୍ଷରେ ପହଞ୍ଚି ସାରିଛି ଅଥବା ଏହାର ପାଖାପାଖି ରହିଛି ବୋଲି ସେ କହିଛନ୍ତି। ସଂପୃକ୍ତ ଗାଣିତିକ ନମୁନା ଅନୁସାରେ ଦେଶର ମୋଟାମୋଟି ସଂକ୍ରମଣ ମାମଲା ଚଳିତ ସପ୍ତାହରେ ହ୍ରାସ ହେବାକୁ ଥିଲା ବେଳେ ଭିନ୍ନ ଭିନ୍ନ ରାଜ୍ୟରେ ସଂକ୍ରମଣ ଭିନ୍ନ ଭିନ୍ନ ସମୟରେ ଶୀର୍ଷ ଛୁଇଁବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯଦି ପ୍ରଫେସର ବିଦ୍ୟାସାଗରଙ୍କ ଏହି ଭବିଷ୍ୟବାଣୀ ସତ ହୁଏ, ତେବେ ଦେଶପାଇଁ ଏହା ବଡ଼ ଆଶ୍ବସ୍ତି ଆଣିଦେବ ବୋଲି ଚର୍ଚ୍ଚା ହେଉଛି।
The post ମେ’ ୭ରେ ସଂକ୍ରମଣ ଶୀର୍ଷ ଛୁଇଁବ: ବିଦ୍ୟାସାଗର first appeared on Sambad.from କରୋନା | Sambad https://ift.tt/3ti7bW5
0 Comments