ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ଫିଟ୍ ରହିବା ପାଇଁ ପଡିବ । ଏବଂ ପ୍ରତିଦିନ ଘରେ ଆପଣଙ୍କୁ କିଛିଟା ପ୍ରତିକାରକ ନେବାର ମଧ୍ୟ ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । ଯେପରିକି ପ୍ରତିଦିନ କାଢା ପିଅନ୍ତୁ, ବାହାରକୁ କୁଆଡେ ଯାଇଥିଲେ, ଘରକୁ ଫେରିବା ମାତ୍ରେ ଆଗେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ ଏବଂ ସାନିଟାଇଜ୍ ହୁଅନ୍ତୁ । ଷ୍ଟିମ୍ ବା ଗରମ ବାମ୍ଫ ନେବା ପାଇଁ ମଧ୍ୟ ଡାକ୍ତରମାନେ ମତ ଦେଇଛନ୍ତି । ଆବଶ୍ୟକ ମୁତାବକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କଲେ ଯାଇ କରୋନା ହାରିବ ଆମେ ଜିତିବା।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୨.୪୦ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୭୪୧ ରହିଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୪୦,୮୪୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୭୪୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୬୫,୩୦,୧୩୨ ଓ ମୃତ୍ୟୁସଂଖ୍ୟା ୨,୯୯,୨୬୬ରେ ପହଞ୍ଚିଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୫,୧୦୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୨,୩୪,୨୫,୪୬୭ରେ ପହଞ୍ଚିଛି।

 

The post କରୋନା କବଳରୁ ନିଜକୁ ମୁକୁଳେଇବା ପାଇଁ ଆପଣାନ୍ତୁ ଏହି ଦେଶୀ ଟିପ୍ସ first appeared on Sambad.

from କରୋନା | Sambad https://ift.tt/3oGBN2I