
ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ ପଥରଗାଡ଼ିଆ ପଞ୍ଚାୟତ ଏକ ସସ୍ତାହ ପାଇଁ ସିଲ୍ ହେବ। ଏହି ଅଞ୍ଚଳରେ ଏକାଧିକ ଲୋକ କରୋନା ଆକ୍ରାନ୍ତ ଥିବାରୁ ସ୍ଥାନୀୟ ସରପଞ୍ଚ ରାଜଶ୍ରୀ ସାମନ୍ତରାୟ ଏପରି ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁଯାୟୀ ଗତ ସପ୍ତାହକ ମଧ୍ୟରେ ଏହି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟ ବୃଦ୍ଧିପାଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଆସନ୍ତାକାଲି ଠାରୁ ଏହି ଜୋନ୍ ସିଲ୍ ହେବ। ଏହି ଜୋନ୍ ମଧ୍ୟରେ ପଥରଗାଡ଼ିଆଠାରୁ ମହିମା ନଗର ଓ କିସ୍ ବିଶ୍ବବିଦ୍ୟାଳୟ ରୋଡ୍ ଆସୁଥିବା ଜଣାପଡ଼ିଛି। ରାଜବାଟିକା ରାସ୍ତା, ପଥରଗାଡ଼ିଆ ରାସ୍ତା ଓ ଏହାର ସଂଲଗ୍ନ ରାସ୍ତାକୁ ସିଲ୍ କରାଯିବା ନେଇ ବନ୍ଦୋବସ୍ତ କରାଯାଇଛି। ଉକ୍ତ ଅଞ୍ଚଳରେ ଉଭୟ ଇନ୍ଫୋସିଟି ଓ ଚନ୍ଦକା ଥାନା ପୁଲିସ୍ ପାଟ୍ରୋଲିଂ କରିବେ।
The post ଏକ ସପ୍ତାହ ପାଇଁ ସିଲ୍ ହେବ ପଥରଗାଡ଼ିଆ ପଞ୍ଚାୟତ first appeared on Sambad.from କରୋନା | Sambad https://ift.tt/34tVPnX
0 Comments