ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ମେଡିକାଲ୍ ଉପଯୋଗୀ ସାମଗ୍ରୀଗୁଡ଼ିକ ବହନ କରି ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରେ ୩୦ ମଇ ୨୦୨୧ରେ ଅବତରଣ କରିଥିବା ଏକ ସ୍ୱତନ୍ତ୍ର କାର୍ଗୋ ବିମାନର କଷ୍ଟମ ଏବଂ ଏୟାରପୋର୍ଟ କ୍ଲିୟରାନ୍ସ କାର୍ଯ୍ୟ ସମ୍ପାଦନ କରିଛି । ଓଏସ୍ଏଲ୍ ଗ୍ରୁପ୍ ବିନା କୌଣସି ସେବା ଦେୟରେ ଏହି ସହାୟତା ପ୍ରଦାନ କରିଛି । ଏହି ମାସରେ ଦ୍ୱିତୀୟଥର ପାଇଁ ଓଏସ୍ଏଲ୍ ଗ୍ରୁପ୍ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି ।

କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମର ଅଂଶ ଭାବେ ଓଏସ୍ଏଲ୍ ଗ୍ରୁପ୍ ସରକାର ଏବଂ ରାଜ୍ୟର ଜନସାଧାରଣଙ୍କୁ ସମ୍ବଳ ବଣ୍ଟନ, ଟିକାକରଣ ପ୍ରକ୍ରିୟାରେ ସହଯୋଗ, କର୍ମଚାରୀ କଲ୍ୟାଣକୁ ଗୁରୁତ୍ୱ ଏବଂ ଆହୁରି ଅନେକ ପ୍ରକାର ସହାୟତା ପ୍ରଦାନ କରୁଛି ।

ରାଜ୍ୟକୁ ସହାୟତାର ହାତ ବଢ଼ାଇ ଓଏସ୍ଏଲ୍ ଗ୍ରୁପ୍ର ପରିଚାଳନା ନିର୍ଦେଶକ ମହିମାନନ୍ଦ ମିଶ୍ର କହିଛନ୍ତି ଯେ ଜୀବନ ବଞ୍ଚାଇବା ପାଇଁ ଗୁରୁତର ସ୍ୱାସ୍ଥ୍ୟସେବା ଯୋଗାଣ ଏବଂ ଉପକରଣ ଉପଲବ୍ଧ କରାଇବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା  । ଏହା ଆମ ସମସ୍ତଙ୍କର ସାଧାରଣ ସଂଗ୍ରାମ ଏବଂ ଏଥିରେ ଆମର ଯୋଗଦାନ ଆମ ରାଜ୍ୟ ପ୍ରତି ଥିବା ସ୍ଥିର ପ୍ରତିବଦ୍ଧତାକୁ ପ୍ରମାଣ କରୁଛି । ରାଜ୍ୟ ପାଇଁ ଏତେ ବହୁଳ ମାତ୍ରାରେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ଼ କରିପାରିଥିବାରୁ ମୁଁ ଏଏମ୍ଏନ୍ଏସ୍ ଇଣ୍ଡିଆ ଲିମିଟେଡକୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

The post ଓଏସଏଲ ପକ୍ଷରୁ ବିନା ଶୁଳକରେ ଅକ୍ସିଜେନ ସିଲିଣ୍ଡର, ମେଡିକାଲ ସାମଗ୍ରୀର କଷ୍ଟମ କ୍ଲିୟରାନ୍ସ first appeared on Sambad.

from କରୋନା | Sambad https://ift.tt/3fWA0T5