
ନୂଆଦିଲ୍ଲୀ: ମ୍ୟୁକୋର୍ମାଇକୋସିସ୍ ବା ବ୍ଳାକ୍ ଫଙ୍ଗସ୍ ସଂକ୍ରମଣ ଏବେ ଦିନକୁ ଦିନ ବ୍ୟାପକ ହେଉଥିବାରୁ ଚିନ୍ତା ବଢ଼ିଛି। ଆଜି ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୭୦୦ରୁ ଅଧିକ ଥିବା ବେଳେ ଖୁବ୍ଶୀଘ୍ର ଏହା ୧୨ ହଜାର ଛୁଇଁବାକୁ ଯାଉଛି। ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ଅନ୍ତତଃ ୬ ସପ୍ତାହର ଚିକିତ୍ସା ହିସାବରେ ପାଖାପାଖି ୨୯ ଲକ୍ଷ ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନର ଆବଶ୍ୟକତା ରହିଛି। ଏପରିକି ବାହାରୁ ତାହା ଆମଦାନି କରିବା ସହ ଦେଶରେ ତାହାର ପ୍ରସ୍ତୁତିକୁ ପ୍ରୋତ୍ସାହିତ କଲେ ବି ବର୍ତ୍ତମାନର ଚାହିଦା ପୂରଣ କରିବା କଷ୍ଟକର। ଗତ ୨୨ ତାରିଖରେ ସାରା ଦେଶରେ ମାତ୍ର ୮,୮୪୮ଟି ବ୍ଳାକ୍ ଫଙ୍ଗସ୍ ମାମଲା ଥିବା ବେଳେ ୨୬ ତାରିଖକୁ ତାହା ୧୧,୭୧୭ରେ ପହଞ୍ଚିଲା। ସୁତରାଂ ମାତ୍ର ୪ ଦିନରେ ୨,୮୬୯ ଜଣ ନୂଆ ରୋଗୀ ଯୋଡ଼ି ହୋଇଛନ୍ତି।
ଏହି ରୋଗର ଚିକିତ୍ସା ପାଇଁ ଜଣେ ରୋଗୀର ୪୨ ଦିନ ଯାଏ ଦୈନିକ ୫ରୁ ୭ ଇଞ୍ଜେକ୍ସନ ଲୋଡ଼ା। ସୁତରାଂ ଜଣକ ପିଛା ଅତି କମ୍ରେ ୨୫୦ ଇଞ୍ଜେକ୍ସନ୍ ହାରରେ ୨୬ ତାରିଖ ସୁଦ୍ଧା ଟିହ୍ନଟ ହୋଇଥିବା ରୋଗୀଙ୍କ ପାଇଁ ଦୈନିକ ୭୦,୨୦୦ ଭାୟାଲ ଦରକାର। ସରକାର ଗତ ୨୨ ତାରିଖ ସୁଦ୍ଧା ଦେଢ଼ ଲକ୍ଷ ଭାୟାଲ୍ ସଂଗ୍ରହ କରି ବିଭିନ୍ନ ରାଜ୍ୟକୁ ଯୋଗାଇ ସାରିଛନ୍ତି। ଅପରପକ୍ଷେ, ଦେଶରେ ମେ’ ମାସରେ ୧.୬୩ ଲକ୍ଷ ଆମ୍ଫୋଟେରିସିନ୍-ବି ଭାୟାଲ ପ୍ରସ୍ତୁତ ହୋଇଥିବା ବେଳେ ଜୁନ୍କୁ ତାହା ବଢ଼ି ୨.୫୫ ଲକ୍ଷ ହେବ ବୋଲି ଆଶା କରାଯାଉଛି। ସରକାର ମେ’ ମାସରେ ୩.୬୩ ଲକ୍ଷ ଭାୟାଲ ବାହାରୁ ଆମଦାନି ପାଇଁ ବରାଦ କରିଛନ୍ତି ଏବଂ ଜୁନ୍ ମାସରେ ମଧ୍ୟ ଆଉ ୩.୧୫ ଲକ୍ଷ ଭାୟାଲ ମଗାଇବେ ବୋଲି କହିଛନ୍ତି। ଇତିମଧ୍ୟରେ ଆମେରିକାରୁ ୨ ଲକ୍ଷ ଇଂଜେକ୍ସନ ଆସି ପହଞ୍ଚିଥିବା ଜଣାପଡ଼ିଛି।
The post ‘ବ୍ଳାକ୍ ଫଙ୍ଗସ୍’ ଔଷଧ ‘ଆମ୍ଫୋଟେରିସିନ୍-ବି’ର ଉତ୍କଟ ଅଭାବ, ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଛୁଇଁବ first appeared on Sambad.from କରୋନା | Sambad https://ift.tt/2R5sD3l
0 Comments