ମୁମ୍ବାଇ: ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣର ପ୍ରାର୍ଦୁଭାବ ରୋକିବା ପାଇଁ ଲାଗୁ କରାଯାଇଥିବା ‘ଲକ୍ଡାଉନ୍’ କଟକଣାକୁ ଆଜି ମହାରାଷ୍ଟ୍ର ସରକାର ଜୁନ୍ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନାଭାଇରସ୍ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ଜାରି କରାଯାଇଥିବା ‘ଲକ୍ଡାଉନ୍’ ମେ ୧୫ ତାରିଖରେ ଶେଷ ହୋଇଥାଆନ୍ତା।
ଯେକୌଣସି ପ୍ରକାରର ଯାନବାହନରେ ରାଜ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିମାନେ ସାଥିରେ ‘ନେଭେଟିଭ୍ ଆର୍ଟି-ପିସିଆର୍’ ରିପୋର୍ଟ ଆଣିବା ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।
ବୁଧବାର ଦିନ ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ହାରାହାରି ଦୈନିକ ସଂକ୍ରମଣ ହାର, ଦେଶର ହାରାହାରି ସଂକ୍ରମଣ ହାରର ପ୍ରାୟ ୫୦%। ଦେଶରେ ସଂକ୍ରମଣ ହାର ୧.୪% ଥିବା ବେଳେ ମହାରାଷ୍ଟ୍ରରେ ସଂକ୍ରମଣ ହାର ୦.୮% ରେକର୍ଡ କରାଯାଇଛି। ରାଜ୍ୟରେ ଦୈନିକ ପ୍ରାୟ ଦୁଇ ଲକ୍ଷ ନମୁନା ପରୀକ୍ଷା ହେଉଥିବା ବେଳେ ନିୟୁତପିଛା ପରୀକ୍ଷା ହାର ୨.୫୦ ଲକ୍ଷ ରହିଛି। ରାଜ୍ୟ ପାଇଁ ଏହା ଶୁଭ ସୂଚନା।
‘ଲକ୍ଡାଉନ୍’ କଟକଣା ଯୋଗୁଁ ରାଜ୍ୟର ୪୫ଟି ଜିଲ୍ଲାରୁ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଛି। କିନ୍ତୁ, ରାଜ୍ୟରେ ପଜିଟିଭ୍ ହାର ହ୍ରାସ ନ ପାଇ ୧୦%ରେ ରହିଛି।
The post ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ‘କୋଭିଡ୍-୧୯ ଲକ୍ଡାଉନ୍’ ବୃଦ୍ଧି କଲା ମହାରାଷ୍ଟ୍ର; ରାଜ୍ୟକୁ ଆସୁଥିବା ସମସ୍ତଙ୍କ ପାଇଁ ‘ନେଗେଟିଭ୍ ଆର୍ଟି-ପିସିଆର୍’ ରିପୋର୍ଟ ବାଧ୍ୟତାମୂଳକ first appeared on Sambad.from କରୋନା | Sambad https://ift.tt/3eKdjlX
0 Comments