
ଲକ୍ଷ୍ନୌ: ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି କାରଣରୁ ଶନିବାର ଦିନ ଉତ୍ତର ପ୍ରଦେଶ ସରକାର ମେ ୧୭ ତାରିଖ ପର୍ଯ୍ୟନ୍ତ ‘ଲକ୍ଡାଉନ୍’ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଥିବା କଥା ଜଣେ ସରକାରୀ ମୁଖପାତ୍ର କହିଛନ୍ତି।
ଆଉ ଗୋଟିଏ ସପ୍ତାହ ଅର୍ଥାତ୍ ମେ ୧୭ ତାରିଖ ପର୍ଯ୍ୟନ୍ତ କିଂବା ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ସେ କହିଛନ୍ତି।
ଏ ସଙ୍କ୍ରାନ୍ତରେ ଟୁଇଟ୍ କରି ଉତ୍ତର ପ୍ରଦେଶ ‘ଏସିଏସ୍’ ଇନ୍ଫର୍ମେସ୍ ନବନୀତ ସେହଗଲ୍ ଲେଖିଛନ୍ତି, ଉତ୍ତର ପ୍ରଦେଶରେ ଜାରି ଆଂଶିକ କରୋନା କର୍ଫ୍ୟୁ ମେ ୧୭ ଯାଏଁ ବୃଦ୍ଧି କରାଯାଇଛି।
ଦେଶ କରୋନାଭାଇରସ୍ ସଂକ୍ରମଣର ଦ୍ବିତୀୟ ପ୍ରବାହ କବଳରେ ଥିବାବେଳେ ତାହାର ଶୃଙ୍ଖଳ-ଚକ୍ର ଛିନ୍ନ କରିବା ଲାଗି ଆଉ ଏକ ସପ୍ତାହ ‘ଲକ୍ଡାଉନ୍’ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଥିବା କଥା ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଥମେ ଉତ୍ତର ପ୍ରଦେଶ ସରକାର ଏପ୍ରିଲ୍ ୨୭ ପର୍ଯ୍ୟନ୍ତ ଆଂଶିକ କର୍ଫ୍ୟୁ ଜାରି କରିଥିଲେ ଏବଂ ତାହା ପୁନଶ୍ଚ ମେ ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୂର୍ବରୁ ଘୋଷିତ ହୋଇଥିଲା।
The post ମେ ୧୭ ପର୍ଯ୍ୟନ୍ତ କୋଭିଡ୍-୧୯ ଲକ୍ଡାଉନ୍ ବଢ଼ାଇଲା ଉତ୍ତରପ୍ରଦେଶ first appeared on Sambad.from କରୋନା | Sambad https://ift.tt/3y0ebtY
0 Comments